ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିଶ୍ୱ କ୍ରୀଡ଼ା ମଞ୍ଚରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ୪ କନଷ୍ଟେବଳଙ୍କୁ ସ୍ୱର୍ଣ୍ଣ ପଦକ

Published By : Harapriya Sethi | July 3, 2025 1:17 PM

ଭୁବନେଶ୍ୱର,୦୩/୦୭: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ବିଶ୍ବ କ୍ରିଡ଼ା ଅନୁଷ୍ଠିତ । 'ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫'ରେ ଓଡ଼ିଶା ପୁଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଗୁରୁବାର ୪ଜଣ ଯୁବ କ୍ରୀଡାବିତ୍ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପୁଲିସକୁ ଗୌରବାନ୍ଵିତ କରିଛନ୍ତି। କନଷ୍ଟେବଳ ଅଶୋକ ଦଣ୍ଡସେନା ୧୫୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୧୫୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି । ପୂର୍ବରୁ କନଷ୍ଟେବଳ ଅଶୋକ ଦଣ୍ଡସେନା  ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ଵର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦ ମିଟର (ମହିଳା ବର୍ଗ)  ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। 

ସେହିପରି କନଷ୍ଟେବଳ ଭଗବାନ ରେଡ୍ଡୀ, କରାଟେ (୬୪ କି.ଗ୍ରାରୁ କମ୍) ବର୍ଗରେ ଏବଂ କନଷ୍ଟେବଳ ସୁମନ ଶେଖର ଦାସ କରାଟେ (୮୪ କି.ଗ୍ରାରୁ କମ୍‌) ବର୍ଗରେ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଏହି କୃତି କ୍ରୀଡାବିତମାନଙ୍କ ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଏହି କୃତି କ୍ରୀଡାବିତମାନେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୁଲିସର ସୁନାମ ବଢ଼ାଇଛନ୍ତି। ଏହି କୃତି କ୍ରୀଡାବିତମାନଙ୍କ ବିଜୟ ଓଡ଼ିଶା ପୁଲିସର କ୍ରୀଡା ଉତ୍କର୍ଷତା, ଦୃଢ଼ତା ଏବଂ ଶୃଙ୍ଖଳାର ପ୍ରମାଣ। ସେମାନଙ୍କ ପଦକ ବିଜୟ ଓଡିଶା ପୁଲିସ ବାହିନୀକୁ ଗୌରବାନ୍ୱିତ କରିବା ସହ କର୍ତ୍ତବ୍ୟ ଏବଂ କ୍ରୀଡ଼ା ଉଭୟରେ ଉତ୍କର୍ଷତା ହାସଲ କରିବାକୁ ଅନ୍ୟ କ୍ରୀଡ଼ାବିତ ଓ ଅଧିକାରୀମାନଙ୍କୁ ପ୍ରେରଣା ଯୋଗାଉଛି।

କହିରଖୁ କି, ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ପୁଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.