ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ ଆସୋସିଏସନର ବୈଠକ, ​ସରକାର ଆୟୁଷ୍ମାନ କାର୍ଡକୁ ଆହୁରି ସହଜ ଓ ଉପଯୋଗୀ କରିବାକୁ ଆଶା

Published By : Rasmita Pradhan | June 30, 2025 3:04 PM

କଟକ, ୩୦/୦୬ : କଟକ ଆଇଏମଏ ହାଉସ୍ ଠାରେ ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ ଆସୋସିଏସନ ପକ୍ଷରୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ମାଲିକମାନଙ୍କର ଏକ ବୈଠକ ହୋଇଛି। ପୂର୍ବରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଏସକେୱାଇ କାର୍ଡ ଓ ନୂଆ ସରକାର ଲାଗୁ କରିଥିବା ଆୟୁଷ୍ମାନ ସ୍ଵାସ୍ଥ୍ୟ କାର୍ଡ ଉପରେ ଏକ ବୈଠକରେ ଆଲୋଚନା କରାଯାଇଛି। 

ଆୟୁଷ୍ମାନ କାର୍ଡରେ ରୋଗୀ ସେବା ପାଇଁ ପଞ୍ଜିକରଣ ସମୟସାପେକ୍ଷ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏଥି ସହିତ ରୋଗୀ ସେବା କରିବା ପରେ ହସ୍ପିଟାଲଗୁଡିକ ସେମାନଙ୍କର ବିଲ୍ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଡାକ୍ତର ତଥା ଘରୋଇ ହସ୍ପିଟାଲ ମାଲିକମାନେ ମତ ଦେଇଛନ୍ତି। ଆଗକୁ ସରକାର ସମସ୍ତ କଥା ବିଚାର କରି ଆୟୁଷ୍ମାନ କାର୍ଡକୁ ଆହୁରି ସହଜ, ସରଳ ଓ ଉପଯୋଗୀ କରିବେ ବୋଲି ଘରୋଇ ହସ୍ପିଟାଲ ଆସୋସିଏସନ ଆଶା ରଖିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.