ଭୁବନେଶ୍ବର, ୦୬/୦୩: ଓଡ଼ିଶାରେ ଆସନ୍ତା ଏପ୍ରିଲ ପହିଲାରୁ SIR । ରାଜ୍ୟରେ ଏପ୍ରିଲ ୧ ତାରିଖରୁ ‘SIR’ ବା ସତନ୍ତ୍ର ସଂଘନ ସଂଶୋଧନ । ରାଜ୍ୟରେ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇସାରିଛି। ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ସେ ଏହି ପ୍ରେସମିଟରେ କହିଛନ୍ତି, ରାଜ୍ୟରେ ଶତ ପ୍ରତିଶତ ସଂଶୋଧନ ପାଇଁ ଚେଷ୍ଟା ଚାଲିଛି । ସବୁଠୁ ବଡ଼ କଥା ହେଲା ୨୦୦୨ ମସିହା ଆଧାରରେ ସଂଶୋଧନ କରାଯିବ । ୨୦୦୨ରେ ଯେଉଁ ବୁଥ୍ ଭୋଟ୍ କରିଥିଲେ, ସେହି ବୁଥ୍ ନମ୍ବର SIR ଅଧିକାରୀଙ୍କୁ କହିଲେ ବି ସଂଶୋଧନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । କିନ୍ତୁ ଯଦି ମତଦାତାଙ୍କ ନିକଟରେ କିଛି ବି ଲିଷ୍ଟ୍ ନାହିଁ ତେବେ ତାକୁ ୧୧ ନମ୍ବର ଫର୍ମ ପୂରଣ କରି SIR ଅଧିକାରୀଙ୍କୁ ଦେଲେ ଚଳିବ । ଏହାର ଉଦ୍ଦେଶ୍ୟ ହେଉଛି ଭୋଟର Voter Enrolment ପୁରା କ୍ଲିନ୍ ହେବା ଦରକାର। ଯଦି କୌଣସି ମତଦାତାଙ୍କ ନାଁ ଦୁଇଟି ସ୍ଥାନରେ ରହିଥାଏ, ସେଥିରୁ ଗୋଟିଏ ସ୍ଥାନ ସେ ବାଛିପାରିବେ । SIR ପରେ ବି ଯଦି ମତଦାତା ଦୁଇଟି ବା ଏକାଧିକ ସ୍ଥାନରେ ନିଜର ନାଁ ରଖୁଛନ୍ତି ତେବେ ତାହା ଦଣ୍ଡନୀୟ ଅପରାଧ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ-ଓସିଏସ୍ରେ ତୃତୀୟ ଲିଙ୍ଗଙ୍କୁ ସୁଯୋଗ, ଅନ୍ଲାଇନ୍ ଆବେଦନ ୧୨ ପର୍ଯ୍ୟନ୍ତ ବଢ଼ିଲା