ନୂଆଦିଲ୍ଲୀ,୨୩/୧୧: ଏବେ ଓଲା କମ୍ପାନି ବିରୋଧରେ ସରକାର ତଦନ୍ତ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ କମ୍ପାନି ୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି । ଭାବିଶ ଅଗ୍ରୱାଲଙ୍କ ନେତୃତ୍ୱାଧିନ କମ୍ପାନି ଓଲା ପୁନର୍ଗଠିତ କରିବା ଦିଗରେ ଏଭଳି ଏକ ପଦକ୍ଷେପ ନେଇଥିବା କହିଛି । କମ୍ପାନି ଏହାର ପରିଚାଳନା ଦକ୍ଷତା ବୃଦ୍ଧି କରିବ । କମ୍ପାନି ଏବେ ବିଭିନ୍ନ ବିଭାଗରୁ କର୍ମଚାରୀ ଛଟେଇ କରୁଛି । ଏ ନେଇ କମ୍ପାନିର ମତାମତ ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ।