ମାଲକାନଗିରି,୯।୧୧(ଆପ୍ର ) : ମାଲକାନଗିରି ଜିଲ୍ଲା ମୋଟୁ ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣେ ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହରଲାଲ ବୈଦ୍ୟ।
ମାଲକାନଗିରି ବ୍ଲକ ତମସା ପଂଚାୟତ ଅନ୍ତର୍ଗତ ଏମ୍.ଭି. ୫ ଗ୍ରାମ ନିକଟରେ ହରଲାଲ ବୈଦ୍ୟ ନିଜ ଜମିରେ କାମ ସାରି ଫେରୁଥିଲେ। ଏହି ସମୟରେ ବିପରିତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ହରଲାଲଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ହରଲାଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହରଲାଲଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଂଚି ହରଲାଲଙ୍କ ମୃତଦେହକୁ ଜବତ କରିଛି। ଅନ୍ୟ ପକ୍ଷରେ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିବା ପୋଲିସ ସୁତ୍ରରୁ ପ୍ରକାଶ । ଏହି ବାଇକ ଧକାରେ ଅନ୍ୟଜଣେ ବୃଦ୍ଧ ମଧ୍ୟ ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।