ରାଇରଙ୍ଗପୁର,୧୮/୦୫: ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ବସିଙ୍ଗି ଗ୍ରାମର ଅନାଦି ସାହୁ (୬୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବସିଙ୍ଗି ନିକଟସ୍ଥ କଲୋନୀ ସାହି ପାଖରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବସିଙ୍ଗି ଗ୍ରାମର ଅନାଦି ସାହୁ ରବିବାର ବୋଡ଼ି ଭୋରରୁ କଲୋନୀ ସାହିରେ ରହୁଥିବା ତାଙ୍କ ଝିଅ ଘରକୁ ଯାଇଥିଲେ । ସେଠାରୁ ସେ ଫେରିବା ସମୟରେ ପ୍ରାୟ ସକାଳ ୬ ରୁ ୬ଟା ୩୦ ସମୟରେ ଟାଟା ପଟୁ ରାଇରଙ୍ଗପୁର ପଟକୁ ଯାଉଥିବା ଏକ ହାଇୱା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଜନ ସାଧାରଣ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଖବର ପାଇ ବହଳଦା ଥାନା ପୋଲିସ, ଏସଡିପି ସମେତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସଝା କରୁଥିବା ଜଣା ପଡ଼ିଛି । ତେବେ ଦୁର୍ଘଟଣା ପରେ ହାଇୱା ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ।