​​​​​​​ସାଲେପୁର,୬।୧୦ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇଜଣ ଗୁରୁତର ହୋଇଛନ୍ତି ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାମେଶ୍ୱର ପଂଚାୟତ ଭୀମରାଜପୁର ଗ୍ରାମରେ ମୃତକ ଜଣକ ହେଲେ ଉତ୍ତମାନନ୍ଦ ମଲ୍ଲିକ ଗୁରୁତର ଦୁଇଜଣ ହେଲେ ମନୋଜ ଦେହୁରୀ ଉମାକାନ୍ତ ଜେନା

ଉତ୍ତମାନନ୍ଦ. ମନୋଜ ଉମାକାନ୍ତ ବିଲରେ କାମ କରୁଥିଲେ। ହଠାତ ବଜ୍ରପାତ ହୋଇଥିଲା।  ଘଟଣାସ୍ଥଳରେ ଉତ୍ତମାନନ୍ଦଙ୍କ  ମୃତ୍ୟୁ ହୋଇଥିଲା ଅନ୍ୟ ଦୁଇଜଣ ଗୁରୁତର  ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସାଲେପୁର ମେଡିକାଲ ପରେ  କଟକ ବଡ଼ ମେଡିକାଲକୁ ଚିକିତ୍ସାପାଇଁ ନିଆଯାଇଛି