ଭୁବନେଶ୍ବର, ୩।୫ : ପୁଣି ରାଜଧାନୀରେ ଆମ ବସ ଦୁର୍ଘଟଣା। ବାଇକ୍ ଉପରେ ମାଡିଗଲା ଆମ ବସ୍ । ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସତସଙ୍ଗ ବିହାର ନିକଟରେ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ପରେ ହାଇଓ୍ବେରେ ଟ୍ରାଫିକ ଜାମ ହୋଇଛି। ଖବର ପାଇ ପୁଲିସ ଓ ଭୁବନେଶ୍ବର ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିଛି। ସେହିପରିକଟକ କଲେଜ ଛକଠାରେ କାର ଏବେଂ ଆମ ବସ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାସ୍ଥଳରୁ ଆମ ବସ୍ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।
ସୂଚନାଯୋଗ୍ୟ, ଦ୍ଵୈତନଗରୀ କଟକ-ଭୁବନେଶ୍ଵରରେ ଆମ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଥମିବାର ନାଁ ନେଉନି। ଆମ ବସ୍ ଦୁର୍ଘଟଣା ଘଟାଇବା ନିତି ଦିନିଆ ଘଟଣାରେ ପରିଣତ ହେଲାଣି। ଆମ୍ ବସ୍ କେତେବେଳେ ଅଟୋକୁ ଧକ୍କା ଦେଉଛି ତ ଆଉ କେତେବେଳେ ବାଇକକୁ। ଆଉ କେତେ ବେଳେ ପଥଚାରୀଙ୍କୁ ଘୋଷାଡ଼ି ନେଇ ଯାଉଛି। ଏମିତି ଅନେକ ଘଟଣା ରହିଛି। ଏତେ ପରେ ବି ଆମ ବସ୍ ଡ୍ରାଇଭର ଚେତୁ ନାହାନ୍ତି।
ଆହୁରି ପଢନ୍ତୁ : କାଳବୈଶାଖୀ : ୭ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ