କେନ୍ଦୁଝର ସଦର,୮/୮: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ରାତି ୯ ଟା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ସୂଚନା ମୁତାବକ ବାଇକ ଏବଂ କାର ଉଭୟ ସମାନ ଦିଗରେ ଯାଉଥିଲେ କାରଟି ବାଇକକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ବାଇକ୍ ପଛରୁ କାରଟି ଧକ୍କା ଦେଇଥିଲା। ଆଘାତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଅଛି। ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରୀ ରଖିବା ସହିତ ଦୁର୍ଘଟଣାଗ୍ରସ୍ତ କାର ଏବଂ ବାଇକକୁ ଜବତ କରିଛି। ମୃତ ବ୍ୟକ୍ତିଙ୍କ ଘର କୋଇଡା ଅଞ୍ଚଳର ହୋଇଥିବା ବେଳେ ଆଘାତ ବ୍ୟକ୍ତିର ଘର ହରିଚନ୍ଦନପୁର ଅଞ୍ଚଳର କାଦଡିହା ଗ୍ରାମର ବୋଲି ସୂଚନା ମିଳିଛି।

ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ବାଛିବେ ମୋଦି, ଜେପ...