ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏକତରଫା ପ୍ରେମରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଫାର୍ସାରେ ହାଣିଲା ଜିଦିଆ ପ୍ରେମିକ, ଅଭିଯୁକ୍ତକୁ ଧରିବାକୁ ପୁଲିସ ତନାଘନା

Published By : Prameya | November 7, 2024 8:33 AM

ସୁନ୍ଦରଗଡ଼/ହେମଗିର,୦୭/୧୧: ଦେଢ଼ବର୍ଷ ହେଲା ବିବାହ କରିବାକୁ ଜିଦ୍‌ ଧରିଥିଲା । ରାସ୍ତାରେ ଅଟକାଇ ହଇରାଣ କରୁଥିଲା । ଘରକୁ ଆସି ଧମକାଉଥିଲା । ବିବାହ କରିବାକୁ ରାଜି ନ ହେବାରୁ ରାସ୍ତାରେ ଏକାକି ଦେଖି ଫାର୍ସାରେ ହାଣି ମାରିଦେଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମର ଅଙ୍ଗନବାଡ଼ି  କର୍ମୀ ଦିବ୍ୟାଭାରତୀ ଅଢ଼ା (୨୩)ଙ୍କୁ ବୁଧବାର ମଧ୍ୟାହ୍ନରେ  ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକତରଫା ପ୍ରେମରୁ  ଗ୍ରାମର ଶରତ କଉଡ଼ି (୨୪) ଏଭଳି ନାରକୀୟ କାଣ୍ଡ  ଘଟାଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ  କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର  ହୋଇଯାଇଛି । ପୁଲିସ୍‌ ଘଟଣାର ତଦନ୍ତ କରୁଛି । 

ଅଭିଯୋଗ ଅନୁଯାୟୀ, ପୂର୍ଣ୍ଣା  ଗ୍ରାମର ଧନୁର୍ଜୟ ଅଢ଼ା ଏବଂ ସଂଯୁକ୍ତା  ଅଢ଼ାଙ୍କ ୩ ସନ୍ତାନଙ୍କ ମଧ୍ୟରେ ମଝିଆ  ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି  କର୍ମୀ ଥିଲେ । ବୁଧବାର ସ୍କୁଲ ଛୁଟି  ପରେ ପ୍ରାୟ ସାଢ଼େ ୧୨ଟାରେ ଘରକୁ  ଫେରୁଥିବାବେଳେ ଗାଁ ବସ୍ତି ରାସ୍ତାରେ  ତାଙ୍କୁ କେହି ଫାର୍ସାରେ ହାଣି ହତ୍ୟା  କରିଥିଲା । ରାସ୍ତାରେ ରକ୍ତ ଜୁଡୁବୁଡୁ  ମୃତଦେହ ପଡ଼ିଥିବା ନେଇ ଅଙ୍ଗନବାଡ଼ି  କେନ୍ଦ୍ରର ସହାୟିକାଙ୍କଠାରୁ ପରିବାର ଲୋକେ ସୂଚନା  ପାଇ ହତ୍ୟାକାଣ୍ଡ ସ୍ଥଳକୁ ଯାଇଥିଲେ । 

ସୂଚନା ପାଇ  ପୁଲିସ୍‌ ପହଞ୍ଚି ତନାଘନା କରିଥିଲା ।  ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୩୦  ମିଟର ଦୂରରୁ ରକ୍ତଭିଜା ଫାର୍ସାକୁ ଜବତ  କରାଯାଇଛି । ମୃତଦେହ ହେମଗିର  ସ୍ୱାସ୍ଥ୍ୟକେନ୍ଦ୍ର ମର୍ଗହାଉସ୍‌ରେ ରଖାଯାଇଛି ।  ଗୁରୁବାର ବ୍ୟବଚ୍ଛେଦ କରାଯିବ । ମୃତ ଅଙ୍ଗନବାଡ଼ି କର୍ମୀଙ୍କ ମା’  ସଂଯୁକ୍ତାଙ୍କ କହିବା କଥା, ଗ୍ରାମର ଶରତ  ଝିଅ ଦିବ୍ୟାଭାରତୀକୁ ବିବାହ କରିବାକୁ ଜିଦ୍‌  କରୁଥିଲା । ବିବାହ ନ କଲେ ମାରିଦେବ  ବୋଲି ଧମକ ଦେଇଥିଲା । ସେ ହିଁ ଝିଅକୁ ହତ୍ୟା  କରିଛି ବୋଲି ସଂଯୁକ୍ତା ଅଭିଯୋଗରେ ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.