ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

୨୮୫ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ

Published By : Prameya | May 12, 2025 9:45 PM

ନବରଙ୍ଗପୁର,୧୨।୫ ( ଆପ୍ର) : ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଡିଙ୍ଗାଥାନା ଚିର୍ମା ଗାଁର ବିଭିନ୍ନ ସ୍ଥାନରେ  ଚଢାଉ କରି ବେଆଇନ ଦେଶୀ ମଦ ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ଜଣକ ହେଲେ  ସତ୍ୟମଣୀ ମୁରିଆ। 

ଚର୍ମା ଗାଁର ମୁରିଆ ସାହିର ସତ୍ୟମଣୀ ମୁରିଆ ନିଜ ଘର ବାରିପଟେ ୩୫ଲିଟର ଦେଶି ରନ୍ଧାମଦ ଲୁଚାଇ ରଖିଥିଲେ। ସେଭଳି ମଦ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ୧୦୦ଲିଟର ପୋଚକୁ ନଷ୍ଟ କରାଯାଇଥିଲା । ସେଭଳି ଚିର୍ମା ଗାଁରେ ଏକ ଖୋଲା ଜାଗାରେ ୨୫୦ଲିଟର ଦେଶି ରନ୍ଧାମଦକୁ ଜବତ କରିବା ସହିତ ୨ହଜାର ଲିଟର ପୋଚକୁ ନଷ୍ଟ କରିଥିଲେ । ସେଭଳି ମଦ ରାନ୍ଧିବା ପାଇଁ ହାଣ୍ଡି ଡେକଚି ଓ ପ୍ଲାଷ୍ଟିକ ଡ୍ରମ୍ କୁ ଜବତ କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ ଦିଲ୍ଲୀପକୁମାର ରଥଙ୍କ ନେତୃତ୍ୱରେ ରେଶମ ସୁନା, ଆକ୍ରମ ଖାନ ଓ ଆକାଶ ସବର ପ୍ରମୁଖ ଚଢଉରେ ସାମିଲ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.