କଟକ, ୧୭।୧୧ : ଡିସେମ୍ବର ୯ ତାରିଖରେରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ । ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ସେହିଭଳି ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଆଫଲାଇନ୍ ଜରିଆରେ ଷ୍ଟାଡିୟମ୍ ପରିସରରେ ଟିକେଟ ବିକ୍ରି କରାଯିବ ।ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣ ଙ୍କ ପାଇଁ କାଉଣ୍ଟର ରେ ଟିକେଟ ବିକ୍ରି କରାଯିବ। ମୋଟ ୬ ଟି ଟିକେଟ କାଉଣ୍ଟର ରେ ଟିକେଟ ବିକ୍ରି କରାଯିବ ବୋଲି ଓ ସି ଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।