ତେହେରାନ : ଇରାନ ସେନା ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧ ପୁଣି ଥରେ ଆରମ୍ଭ ହେବାର ଆଶଙ୍କା କରିଛି। ଇରାନୀ ସେନା ମୁଖ୍ୟାଳୟର ଉପ ପ୍ରମୁଖ ମହମ୍ମଦ ଜାଫର ଅସଦୀ କହିଛନ୍ତି ଯେ, ଆମେରିକା କୌଣସି ବି ଚୁକ୍ତି କିମ୍ୱା ସନ୍ଧି ପ୍ରତି ବିଶ୍ୱାସୀ ନୁହେଁ। ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ମୁତାବିକ, ଅସଦୀ ଅଭିଯୋଗ ଲଗାଇଛନ୍ତି ଯେ, ଆମେରିକୀୟ ଅଧିକାରୀଙ୍କ ସଦ୍ୟ ବିବୃତ୍ତି ଓ ପଦକ୍ଷେପ କୂଟନୀତିକ ଚୁକ୍ତି ପ୍ରତି ତାଙ୍କର ଗମ୍ଭୀରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେ କହିଛନ୍ତି , ଆମେରିକୀୟ ଅଧିକାରୀଙ୍କ ସର୍ବାଧିକ ବିବୃତ୍ତି ମିଡ଼ିଆକୁ ଧ୍ୟାନରେ ରଖି ଦିଆଯାଏ, ଯାହାର ଉଦ୍ଦେଶ୍ୟ ତେଲ ଦାମ୍ରେ ହ୍ରାସକୁ ରୋକିବା ଏବଂ ନିଜର ଗଠିତ ସ୍ଥିତିରୁ ବାହାରିବା। ଅସଦୀ ଏହା ମଧ୍ୟ କହିଛନ୍ତି ଯେ, ଇରାନୀ ସଶସ୍ତ୍ର ବାହିନୀ ସଂପୂର୍ଣ୍ଣ ରୂପେ ସତର୍କ ଅଛି ଏବଂ କୌଣସି ବି ସ୍ଥିତିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ। ସେ କହିଛନ୍ତି , ଆମେରିକାର କୌଣସି ବି ନୂଆ ହରକତ କିମ୍ୱା ମୁର୍ଖତାର ଜବାବ ଦେବା ପାଇଁ ଆମର ସେନା ସଂପୂର୍ଣ୍ଣ ପ୍ରସ୍ତୁତ।
ଏହି ବୟାନ ଏମିତି ସମୟରେ ଆସିଛି, ଯେବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ନୂଆ ଚୁକ୍ତିର ପ୍ରସ୍ତାବକୁ ଖାରଜ କରି ଦେଇଛି। ଟ୍ରମ୍ପ କହିଛନ୍ତି ଯେ, ଇରାନ ଏମିତି ସର୍ତ୍ତ ରଖିଛି, ଯାହାକୁ ସେ ସ୍ୱୀକାର କରି ପାରିବ ନାହିଁ। ହ୍ୱାଇଟ୍ ହାଉସରୁ ଫ୍ଲୋରିଡ଼ା ପ୍ରସ୍ଥାନ କରିବା ସମୟରେ ଟ୍ରମ୍ପ କହି ଥିଲେ, ସେ ଚୁକ୍ତି କରିବାକୁ ଚାହାନ୍ତି, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ, ଇରାନର ନେତୃତ୍ୱରେ ସମସ୍ୟା ଉପୁଜିଛି ଏବଂ ଅଲଗା ଅଲଗା ଗ୍ରୁପ୍ରେ ବାଣ୍ଟି ହୋଇଛି।
ହେଲେ , ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନ ସହ ଯୁଦ୍ଧବିରାମ ପରେ ସଂଘର୍ଷ ଶେଷ ହୋଇ ସାରିଛି। ସେ ୱାର ପାୱାର୍ସ ରେଜୋଲ୍ୟୁସନକୁ ଅସାମ୍ୱିଧାନିକ କହିଛନ୍ତି , ଏହି ଆଇନ ରାଷ୍ଟ୍ରପତିଙ୍କୁ କଂଗ୍ରେସ (ଆମେରିକୀୟ ସଂସଦ) ର ବିନା ଅନୁମୋଦନରେ ୬୦-୯୦ ଦିନରୁ ଅଧିକ ଦିନ ଯାଏ ଆମେରିକୀୟ ସେନାକୁ କୌଣସି ବିଦେଶୀ ସଂଘର୍ଷରୁ ରୋକିବା।
ଏହି ମଧ୍ୟରେ, ଟ୍ରମ୍ପ ଫ୍ଲୋରିଡ଼ାରେ ଏକ କାର୍ଯ୍ୟକ୍ରମ ବେଳେ କହିଛନ୍ତି ଯେ, ଆମେ ଇରାନକୁ କୌଣସି ବି ସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବୁ ନାହିଁ, କାରଣ ଏହା ଦୁନିଆର ସୁରକ୍ଷା ପାଇଁ ଏକ ବଡ଼ ବିପଦ। ସେ କହିଛନ୍ତି ଯେ, ଏହି କାରଣରୁ ଆମେରିକାକୁ ଇରାନ ବିରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପଡ଼ିଲା। ଟ୍ରମ୍ପ କହିଛନ୍ତି , ଯଦି ଆମେ ଏମିତି ନକରୁଛୁ, ତ ତାଙ୍କ ପାଖରେ ପରମାଣୁ ଅସ୍ତ୍ର ଥାନ୍ତା ଏବଂ ଇସ୍ରାଏଲ , ମିଡିଆଲ ଇଷ୍ଟ ଓ ୟୁରୋପ ଧ୍ୱଂସ ହୋଇ ଯାଇ ଥାନ୍ତି । ଆମେ ଏମିତି ପାଗଳଙ୍କ ହାତରେ ପରମାଣୁ ଅସ୍ତ୍ର ଯିବାକୁ ଦେବୁ ନାହିଁ।