ନବରଙ୍ଗପୁର,୧/୬ : ଆସନ୍ତା ୧୧ ରୁ ନବରଙ୍ଗପୁର ଜିଲ୍ଲା ଛଟେଇ ଆଉଟସୋର୍ସିଙ୍ଗ ସ୍ବାସ୍ଥ୍ୟ କର୍ମଚାରୀ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ୩୭ ଜଣ ଛଟେଇ କର୍ମଚାରୀ ଏକ ସ୍ମାରକପତ୍ର ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ୨୦୨୪ ଜାନୁଆରୀ ମାସରେ ପର୍ଯ୍ୟାୟ କ୍ରମେ ୬ଜଣ ଫାର୍ମାସିଷ୍ଟ, ୨୯ ଜଣ ନର୍ସିଂ ଅଫିସର, ୨ଜଣ ଲାଇବ୍ରେରୀ ଟେକ୍ନିସିଆନଙ୍କୁ ଚାକିରୀରୁ ଛଟେଇ କରାଯାଇଥିଲା। କିନ୍ତୁ କରୋନା ଭଳି ମହାମାରୀରେ ଜୀବନକୁ ବାଜି ଲଗାଇ ନିରନ୍ତର ସେବା ଯୋଗାଇବା ପରେ ମଧ୍ୟ ରାଜ୍ୟ ସରକାର ଚାକିରୀରୁ ଛଟେଇ କରିଥିଲା। ପୁନଃ ନିଯୁକ୍ତି ଦାବିରେ ଵାରମ୍ବାର ଗୁହାରି କରି ରଖିଗଲା ପରେ ମଧ୍ୟ କେହି ଗୁହାରୀ ନ ଶୁଣିବାରୁ ୧୨ ଫେବୃୟାରୀରୁ ମାର୍ଚ ୨୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଧାରଣା ଦିଆଯାଇଥିଲା। କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସର୍ବଦଳୀୟ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଗୁଡ଼ିକ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ପୁନଃ ଥଇଥାନ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଆସନ୍ତା ଜୁନ ୧୧ରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟଳୟ ଆଗରେ ପୁଣି ଅହୋରାତ୍ର ଅନଶନ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବା...