ନୂଆଦିଲ୍ଲୀ,୨୨/୦୬: ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କୀ ହମଲାରେ ଏନଆଇଏକୁ ବଡ଼ ସଫଳତା। ଆତଙ୍କୀ ଆକ୍ରମଣରେ ପାକିସ୍ତାନୀଙ୍କୁ ସାହାଯ୍ୟ କରିଥିବା ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଏନଆଇଏ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ପହଲଗାମର ବଟକୁଟ ନିବାସୀ ପରବେଜ ଅହମଦ ଜୋଥର ଓ ହିଲ ପାର୍କର ନିବାସୀ ବଶୀର ଅହମ୍ମଦ ଯୋଥର।
ତଦନ୍ତ ସମୟରେ,ଏହି ଦୁଇଜଣ ଖୁଲାସା କରିଛନ୍ତି ଯେ, ସେମାନେ ଆକ୍ରମଣ ପୂର୍ବରୁ ଆକ୍ରମଣରେ ସାମିଲ ଥିବା ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ । ଯେଉଁମାନେ ପାକିସ୍ତାନର ବାସିନ୍ଦା ଥିଲେ ଏବଂ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ସହିତ ଜଡିତ ଥିଲେ। NIA ତଦନ୍ତ ଅନୁଯାୟୀ,ଆକ୍ରମଣ ପୂର୍ବରୁ ଏହି ଆତଙ୍କବାଦୀମାନଙ୍କୁ ହିଲ୍ ପାର୍କ ଅଞ୍ଚଳରେ ଥିବା ଏକ କୁଟିରରେ ଆଶ୍ରୟ ଦିଆଯାଇଥିଲା। ଏପ୍ରିଲ ୨୨ ତାରିଖରେ,ଏହି ଆତଙ୍କବାଦୀମାନେ ଧାର୍ମିକ ପରିଚୟ ଆଧାରରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏନଆଇଏ ଦୁଇ ଅଭିଯୁକ୍ତଙ୍କୁ ଅନଲଫୁଲ ଆକ୍ଟିଭିଟିସ୍ ଆକ୍ଟ ୧୯୬୭, ଧାରା ୧୯ ଆଧାରରେ ଗିରଫ କରିଛି ।