ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରବଳ ଭିଡ଼ ଯୋଗୁଁ ଶ୍ରୀମନ୍ଦିରରେ ସକାଳୁ ରାତି ଯାଏଁ ଦର୍ଶନ ବ୍ୟବସ୍ଥା, ଦୁଇ ଦିନ ହେବ କରାଯାଇନି ପହୁଡ଼ ନୀତି

Published By : Rasmita Pradhan | November 15, 2024 9:26 AM

ପୁରୀ,୧୫/୧୧ : ଦୁଇ ଦିନ ହେଲାଣି ମହାପ୍ରଭୁ ଅନିଦ୍ରା । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ସେମାନଙ୍କ ଅପେକ୍ଷା ଜନିତ କଷ୍ଟର ସ୍ୱର ପ୍ରଶାସନିକ ବ୍ୟବସ୍ଥାକୁ ସମାଲୋଚନାକୁ ଆଣୁଛି । ଏହାଛଡ଼ା ଦୀର୍ଘ ସମୟ ଅପେକ୍ଷା ପରେ ଠାକୁର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରତିଯୋଗିତା ଦଳାଚକଟା ପରିସ୍ଥିତି ସୃଷ୍ଟି କରିଦେବାର ଆଶଙ୍କା ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ଦୁଇଦିନ ହେବ ମହାପ୍ରଭୁଙ୍କୁ ଅନିଦ୍ରା ରଖାଯାଇଛି। ସକାଳୁ ରାତି ପର୍ଯ୍ୟନ୍ତ ଯିଏ ଯେତେବେଳେ ଆସିବ ଠାକୁର ଦର୍ଶନ କରି ଶ୍ରୀମନ୍ଦିରରୁ ବାହାରିଯିବ ଓ ଦଳାଚକଟା ଭଳି ପରିସ୍ଥିତି ଘଟିବନି ବୋଲି ଅନୁମାନ କରି ମହାପ୍ରଭୁଙ୍କ ପହୁଡ଼ ନୀତି ଦୁଇଦିନ ହେବ କରାଯାଇନି। ଭିଡ଼ ନିୟନ୍ତ୍ରଣ ନିମନ୍ତେ ମହାପ୍ରଭୁଙ୍କୁ ପଞ୍ଚୁକ ସମୟରେ ଅନିଦ୍ରା ରଖିବାକୁ କିଛି ଶ୍ରଦ୍ଧାଳୁ ସହଜରେ ଗ୍ରହଣ କରିପାରୁନାହାନ୍ତି। 

ପଞ୍ଚୁକର ପ୍ରଥମ ଦିନ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଥିଲା। ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ନିମନ୍ତେ ପ୍ରବଳ ଭିଡ଼ ଜମାଇଥିଲେ। ଗୋଟାଏ ପଟେ ପ୍ରଶାସନ ସେବାୟତମାନଙ୍କ ଭିତରେ ସମନ୍ୱୟ ରଖି ଚଟାପଟ ନୀତି ପରିଚାଳନାରେ ବିଫଳ ହୋଇଥିବା ବେଳେ ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଅଣାୟତ୍ତ ହୋଇଥିଲା । ତେଣୁ ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ରାତିରେ ମାତ୍ର ଅଢ଼େଇ ଘଣ୍ଟା ପହଡ଼ କରାଯାଇଥିଲା । ଅଧାନିଦରେ ଠାକୁରଙ୍କ ଉଠାଇ ଦିଆଯାଇଥିବା ବେଳେ ଦୁଇଦିନ ହେବ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇନାହିଁ । ଯାହାକୁ ନେଇ ଅନେକ ଶ୍ରଦ୍ଧାଳୁ ପ୍ରଶାସନିକ ଦାୟିତ୍ୱ ନିର୍ବାହ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ମୁତାବକ ମହାପ୍ରଭୁଙ୍କ ପହଡ଼ ନୀତି କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୂର୍ବତନ ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି, ପଞ୍ଚୁକ ପାଞ୍ଚଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଗୁରୁତ୍ୱ ଦେଇ ଦର୍ଶନ ଶୃଙ୍ଖଳା ଆଣିବା ଓ ବ୍ୟସ୍ତବହୁଳ ନୀତିକୁ ସମାପନ କରିବା ଖୁବ୍‌ କଷ୍ଟକର । ସେବାୟତଙ୍କ ସହ ଉତ୍ତମ ସମନ୍ୱୟ ରଖି କାମ କରିବା ପ୍ରଶାସନ ନିମନ୍ତେ ଚାଲେଞ୍ଜ ସୃଷ୍ଟି କରିଛି । ଭିତର କାଠରୁ ନ ହେଲା ନାହିଁ ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ମହାପ୍ରଭୁଙ୍କୁ ବାହାର କାଠ ପାଖରୁ ଭଲ ଦର୍ଶନ ପାଇବ ତାହାକୁ ଗୁରୁତ୍ୱ ଦେଇ ପ୍ରଶାସନ ପଞ୍ଚୁକ ନୀତି ପରିଚାଳନା କରୁଛି । ଠେଲାପେଲା ଓ ଦଳାଚକଟା ପରିସ୍ଥିତି ନପୁଜିବାକୁ ପ୍ରଶାସନ ପ୍ରାଥମିକତା ଦେଉଛି । ତେଣୁ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇପାରୁନଥିବା ଶ୍ରୀ ପୂଜାପଣ୍ଡା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.