ପୁରୀ,୨୦/୦୪: ଶ୍ରୀମନ୍ଦିରରେ ଚଳିତ ୨୧ ତାରିଖ ସୋମବାର  ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ ତାରିଖ ବୁଧବାର ବନକଲାଗି ନୀତି  ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର  ନୀତି ସମୟରେ ଦର୍ଶନ କଟକଣା  ରହିବ । ଦ୍ୱିତୀୟ ଭୋଗମଣ୍ଡପ ପରେ  ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ। ମହାସ୍ନାନ ବଢ଼ିଲେ ପୁନଃ ଦର୍ଶନ  ଆରମ୍ଭ ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହେଉଥିବା  ସେବାୟତମାନେ କହନ୍ତି । ଏଥିସହ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ୪ ଦିନ  ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ହେବ ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଠାକୁରଙ୍କ ପଇତାଲାଗି,  ରାମାଭିଷେକ ଓ ବନକଲାଗି ନୀତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।