ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

Pahalgam Attack: ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ଭାରତରେ ବ୍ଲକ୍

Published By : Rasmita Pradhan | April 24, 2025 11:43 AM

ନୂଆଦିଲ୍ଲୀ, ୨୪/୦୪ : ପହଲଗାମ୍ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ଉପରେ ଭାରତର ଲଗାତର ଆକ୍ସନ୍। ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ଭାରତରେ ବ୍ଲକ। ଅର୍ଥାତ୍ ପାକିସ୍ତାନ ସରକାରଙ୍କ X ହ୍ୟାଣ୍ଡେଲର କୌଣସି ପୋଷ୍ଟ ଭାରତରେ ଦେଖିପାରିବେନି। ପାକିସ୍ତାନର ସରକାରୀ ୱେବସାଇଟ୍ ମଧ୍ୟ ଭାରତରେ ବ୍ଲକ୍ କରାଯାଇଛି। ଭାରତରେ https://pakistan.gov.pk/କୁ ଆକ୍ସେସ୍ କରିପାରିବେନି। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଆକାଉଣ୍ଟଟି ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶରେ ସକ୍ରିୟ ରହିବ। 

ଏହି ଖବରଟିକୁ ପଢନ୍ତୁ-ପହଲଗାମ୍‌ରେ ଆତଙ୍କବାଦୀ ହାମଲା ପରେ ଆକ୍ସନ୍: ୱାଘା- ଅଟାରୀ ସୀମା ବନ୍ଦ, ପ୍ରଭାବିତ ହେବ ୩୮୦୦ କୋଟିର କାରବାର

CCS ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକ ପୂର୍ବରୁ କହିଥିଲେ ଯେ, ପହଲଗାମ ଆକ୍ରମଣ ପଛରେ ଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ। "ଯେଉଁମାନେ ପରଦା ପଛରେ ଷଡ଼ଯନ୍ତ୍ର ରଚୁଛନ୍ତି" ସେମାନଙ୍କୁ ଛଡ଼ାଯିବ ନାହିଁ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.