ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭୟରେ କମ୍ପୁଛି ପାକିସ୍ତାନ, ପିଓକେରୁ ଖାଲି କଲା ୭ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍...

Published By : Ladu Kishor | April 28, 2025 7:06 PM

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀଙ୍କୁ କଳ୍ପନା ବାହାର ଦଣ୍ଡ ଦେବା ପାଇଁ ଭାରତର ଚ୍ୟାଲେଞ୍ଜ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ଆରମ୍ଭ ହୋଇଛି । ଆଉ ଏହି ସମୟରେ ପାକିସ୍ତାନ ଏବେ ସାହାଯ୍ୟ ପାଇଁ ବ୍ୟାକୁଳ। ସେ ରୁଷ ଏବଂ ଚୀନକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନର ଚିରନ୍ତନ ବନ୍ଧୁ ଚୀନ୍ ମଧ୍ୟ ତା ସହିତ ଠିଆ ହୋଇଥିବାର ଏବେ ଦେଖାଯାଉଛି। ତୁର୍କି ମଧ୍ୟ ତାକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ପାକ୍ ଅଧିକୃତ କାଶ୍ମୀର (POK)ରେ ଥିବା ଆତଙ୍କବାଦୀ ଶିବିର ଗୁଡ଼ିକରେ ଆତଙ୍କ ରହିଛି। ସୁରକ୍ଷା ଏଜେନ୍ସି ଗୁଡ଼ିକର ସୂତ୍ର ଅନୁସାରେ, ପିଓକେରେ ଆତଙ୍କବାଦୀ ଶିବିର ଗୁଡ଼ିକୁ ଖାଲି କରାଯାଉଛି। 

ସୂଚନା ଅନୁଯାୟୀ, ପାକିସ୍ତାନ ପିଓକେରେ ଥିବା ସାତରୁ ଅଧିକ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌ର ଆତଙ୍କବାଦୀ ମାନଙ୍କୁ ପାକ୍ ସେନାର ସୁରକ୍ଷାରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଆତଙ୍କବାଦୀଙ୍କ ସାତଟି ଲଞ୍ଚ ପ୍ୟାଡ୍ ଯଥା ଲିପା, ଜୁରା, ଦୁଧିନିଆଲ୍, କେଲ, ଶାରଦି, ସରଦାରି, କୋଟଲିରୁ ଆତଙ୍କବାଦୀ ମାନଙ୍କୁ ହଟାଇ ଦିଆଯାଇଛି। ଏହି ଲଞ୍ଚ ପ୍ୟାଡ ଗୁଡ଼ିକରେ, ପାକିସ୍ତାନରେ ଥିବା ଲସ୍କର-ଏ-ତୈବାର ତିନୋଟି ଗୁରୁତ୍ୱପୂର୍ଣ୍ଣ ଶିବିରରୁ ତାଲିମ ପାଇବା ପରେ ଆତଙ୍କବାଦୀ ମାନଙ୍କୁ ମୁତୟନ କରାଯାଇଛି।

ଏହି ଆତଙ୍କବାଦୀ ମାନେ ଖାଦ୍ୟ, ପାନୀୟ ଏବଂ ଅସ୍ତ୍ରଶସ୍ତ୍ର ସହିତ ଏହି ଲଞ୍ଚ ପ୍ୟାଡରେ ରୁହନ୍ତି। ଯେତେବେଳେ ସୁଯୋଗ ପାଆନ୍ତି, ସେମାନେ ଭାରତୀୟ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଆକ୍ରମଣ କରନ୍ତି। ପାକିସ୍ତାନ ସେନା ଭୟ କରୁଛି ଯେ ଭାରତ ଏହି ଲଞ୍ଚ ପ୍ୟାଡ ଗୁଡ଼ିକୁ କ୍ଷତି ପହଞ୍ଚାଇପାରେ, ତେଣୁ ପିଓକେରେ ଥିବା ଏହି ସମସ୍ତ ଲଞ୍ଚ ପ୍ୟାଡରୁ ଲୋକଙ୍କୁ ହଟାଇବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.