ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀ ପରେ ଲାହୋର ମୁଲତାନରେ ସାଂଘାତିକ ସ୍ଥିତିରେ ବାୟୁ ପ୍ରଦୂଷଣ; ୩ଦିନ ଲକଡାଉନ୍, ସ୍କୁଲ ବନ୍ଦ

Published By : Anindita Ratha | November 16, 2024 9:43 AM

ନୂଆଦିଲ୍ଲୀ,୧୬/୧୧: ଦିନକୁ ଦିନ ଉତ୍କଟ ହେଲାଣି  ବାୟୁ ପ୍ରଦୂଷଣ  । ଦେଶର ରାଜଧାନୀ ଦିଲ୍ଲୀ ପରେ ଏବେ ପାକିସ୍ତାନ ଓ ପଞ୍ଜାବରେ ବାୟୁର ମାନ ସାଂଘାତିକ ସ୍ତରରେ ପହଞ୍ଚିଛି ।କ୍ରମାଗତ ଭାବରେ ବଢୁଥିବା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) କୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲାହୋର ଏବଂ ମୁଲତାନ ସହରରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲଗାଇଛନ୍ତି । ଏଥିସହ ପ୍ରଦୂଷଣର ମୁକାବିଲା ପାଇଁ ଅନ୍ୟାନ୍ୟ ବଡ଼ ନିଷ୍ପତ୍ତି ନିଆଯାଇଛି ।

ତେବେ ପଞ୍ଜାବ  ସରକାରରେ ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଶୁକ୍ରବାର  ଲାହୋରରେ ଏହି ସମସ୍ୟା ବିଷୟରେ ଗଣମାଧ୍ୟମକୁ କହିଥିଲେ। ସେ କହିଛନ୍ତି ଯେ, ଧୂଆଁର ସମସ୍ୟା ପାଇଁ  ସ୍ୱାସ୍ଥ୍ୟ ସଙ୍କଟରେ ରହିଛି। ଏହାର ମୁକାବିଲା ପାଇଁ ଅନେକ କଠୋର ପଦକ୍ଷେପ ନେବା ଆବଶ୍ୟକ  । ସେ ପାକିସ୍ତାନରେ ପଞ୍ଜାବ ପ୍ରଦେଶ ସରକାରଙ୍କ ୧୦ ବର୍ଷର ଜଳବାୟୁ ପରିବର୍ତ୍ତନ ନୀତି ବିଷୟରେ ମଧ୍ୟ ଘୋଷଣା କରିଛନ୍ତି। ଏଥିରେ ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ପୁନର୍ବାସ ଭଳି ସମସ୍ୟା ଅନ୍ତର୍ଭୁକ୍ତ । 

ପାକିସ୍ତାନୀ ଟିଭି ଚ୍ୟାନେଲ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ପଞ୍ଜାବର ରାଜଧାନୀ ଲାହୋର ଏବଂ ମୁଲତାନରେ ପରିସ୍ଥିତି ଗୁରୁତର ହୋଇଛି। ଏଠାରେ AQI ଦୁଇଥର ୨,୦୦୦ ରୁ ଅଧିକ ହୋଇଛି | ସେହିପରି  AQI ଦୃଷ୍ଟିରୁ ଲାହୋର ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ରହିଆସିଛି । ସେହିପରି  ମନ୍ତ୍ରୀ ମରିୟମ  ଔରଙ୍ଗଜେବଙ୍କ ରିପୋର୍ଟରେ କୁହାଯାଇଛି ଯେ, ସପ୍ତାହକୁ  ତିନି ଦିନ  ଅର୍ଥାତ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ମୁଲତାନ ଏବଂ ଲାହୋରରେ ସମ୍ପୂର୍ଣ୍ଣ ଲକଡାଉନ ରହିବ । କେବଳ ଏତିକି ନୁହେଁ, ଏକ ସପ୍ତାହ ପାଇଁ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ରହିଛି। ଏଥିସହ ସତର୍କତାମୂଳକ ପଦକ୍ଷେପ ଭାବରେ ପଞ୍ଜାବ ସରକାର ଲାହୋର ଏବଂ ମୁଲତାନରେ  ଜରୁରୀକାଳୀନ ପରିସ୍ଥିତିରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ରାତି ୮ ଟା ପର୍ଯ୍ୟନ୍ତ ମୁଲତାନ ଏବଂ ଲାହୋରରେ ରେଷ୍ଟୁରାଣ୍ଟ, ଦୋକାନ, ବଜାର ଏବଂ ସପିଂ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଲାହୋର ଏବଂ ମୁଲତାନର ରେଷ୍ଟୁରାଣ୍ଟଗୁଡିକ କେବଳ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସେବା ଯୋଗାଇବ ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.