ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଖୈବର ପଖତୁନଖ୍ବା ପ୍ରାନ୍ତରେ ଏନକାଉଣ୍ଟର,୩୦ ଆତଙ୍କବାଦୀ ନିହତ

Published By : Anindita Ratha | January 26, 2025 2:05 PM

ନୂଆଦିଲ୍ଲୀ,୨୬/୦୧: ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ଏନକାଉଣ୍ଟର । ଫଳରେ ୩୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀଙ୍କ ବିରୋଧରେ  ଲକ୍କି ମର୍ବତ, କରକ ଏବଂ ଖୈବର ଜିଲ୍ଲାରେ ଜାରି ରହିଛି ଏହି ଅଭିଯାନ ।

ପାକିସ୍ତାନ ସେନା ପକ୍ଷରୁ ସୂଚନା ଅନୁଯାୟୀ, ଲକ୍କି ମର୍ବତ ଜିଲ୍ଲାରେ ୧୮ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ସେହିପରି କରକ ଜିଲ୍ଲାରେ ୮ ଆତଙ୍କୀ ନିହତ ହୋଇଛନ୍ତି । ଏହାଛଡ଼ା ଲକ୍କି ମର୍ବତ ଜିଲ୍ଲାର ଅନ୍ୟଏକ ସ୍ଥାନରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ଗୁଳି ବିନିମୟରେ ୬ଜଣ ଆତଙ୍କୀ ଆହତ ହୋଇଥିଲା ଜଣାପଡ଼ିଛି । ତେବେ ଏହି ଅଭିଯାନର ଉଦ୍ଦେଶ୍ୟ ପାକିସ୍ତାନରେ ଆତଙ୍କୀ ଗତିବିଧିକୁ ଶେଷ କରିବା ।  ସେହିପରି ଏହା ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଆଇନ ପ୍ରବର୍ତ୍ତନ ଏଜେନ୍ସି ଏକ ବଡ଼ ଆତଙ୍କବାଦୀ ନେଟଓ୍ବର୍କକୁ ଧ୍ବସ୍ତ କରିଥିଲା । ଏହାସହିତ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି ସମୂହର ୧୦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ମିଳିଛି । ଆତଙ୍କୀଙ୍କ ବିରୋଧରେ ଲାହୋର, ରାଓ୍ବାଲପିଣ୍ଡି, ଶେଖପୁରା, ବାହଓ୍ବଲନଗର, ମିୟାବାଲୀ, ସରଗୋଧା ଏବଂ ଫେସଲାବାଦ ସହିତ ବିଭିନ୍ନ ଜିଲ୍ଲାର ୧୬୩ଟି ସ୍ଥାନରେ ଗୁଇନ୍ଦା ଅଭିଯାନ ଚାଲୁଥିଲା । ଏଥିରେ ଟିଟିପିର ୧୦ ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ଗିରଫ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.