ନୂଆଦିଲ୍ଲୀ,୧/୨ : ରବିବାର ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ୍ । ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ପ୍ରତିରକ୍ଷା ଉପରେ ଦିଆଯାଇଛି ଗୁରୁତ୍ବ । ୭.୮୫ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରାଯାଇଛି । ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ରହିଛି । ସାମରିକ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ  । ଗତବର୍ଷ ହୋଇଥିଲା ୬.୮୧ ଲକ୍ଷ କୋଟିର ବ୍ୟୟ ବରାଦ । ଏଥର ଭାରତର ପ୍ରତିରକ୍ଷା ବଜେଟ ବୃଦ୍ଧି କରାଯାଇଛି । ଯାହାକୁ ଦେଖି  ପାକିସ୍ତାନ-ଚୀନ ଛାନିଆ ହୋଇଥିବା କୁହାଯାଉ

​​​​​​​