ସମ୍ବଲପୁର ୧୯/୦୭: ଆଜି ପୁଣି ଖୋଲିଲା ହୀରାକୁଦ ଗେଟ୍। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ବରେ ୩ଟି ଏବଂ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଖୋଲିଛି । ଦ୍ବିତୀୟ ପର୍ଯ୍ୟାୟ  ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି। ପୂର୍ବରୁ ଜୁଲାଇ ୯ ତାରିଖ​‌ରେ ହୀରାକୁଦ ଜଳଭାଣ୍ଡାର ୧୦ ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ମହାନଦୀକୁ ପ୍ରଥମ ବନ୍ୟା ଜଳ ଛଡ଼ାଯାଇଥିଲା। ପରେ  ୧୩ ତାରିଖରେ ସମସ୍ତ ଗେଟ୍‌କୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଇଥିଲା

ଅଧିକ ପଢ଼ନ୍ତୁ :- କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ, ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଉପରମୁଣ୍ଡରୁ ହାରାହାରି ୧ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୯୦ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ଉପରେ ମୁଣ୍ଡରେ ବର୍ଷା ପରିମାଣ ବଢ଼ିବା ଯୋଗୁ ଜଳଭଣ୍ଡା ଫୁଲିବାକୁ ଲାଗିଛି। ହୀରାକୁଦ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି। ଆବଶ୍ୟକ ପଡିଲେ ଆଗକୁ ଅଧିକ ସଂଖ୍ୟାକ ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି।