ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭାରତ ବିରୋଧରେ ବ୍ୟବହାର କରି ସର୍ତ୍ତ ଉଲ୍ଲଂଘନ କଲା ପାକ୍, ଏଫ୍‌-୧୬ ଫେରାଇନେବାକୁ ବିଚାର କରୁଛି ଆମେରିକା

Published By : Prameya | May 12, 2025 8:39 AM

ନୂଆଦିଲ୍ଲୀ ୧୨/୦୫: ଭାରତ ବିରୋଧରେ ଏଫ-୧୬ ଯୁଦ୍ଧବିମାନ ବ୍ୟବହାର କରି ପାକିସ୍ତାନ ବଡ଼ ଭୁଲ କରିଦେଇଛି । କାରଣ ଏହି ବିମାନ ଏବେ ପାକିସ୍ତାନ ଠାରୁ ଆମେରିକା ଫେରାଇ ନେବା ଉପରେ ବିଚାର କରୁଥିବା ନେଇ ସୂଚନା ମିଳିଛି । ଭାରତ ବିରୋଧରେ ଏହାକୁ ବ୍ୟବହାର ନ କରିବା ସର୍ତ୍ତରେ ହିଁ ଆମେରିକା ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନ ପାକିସ୍ତାନକୁ ଦେଇଥିଲା । ଏହା କେବଳ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣାଯାଇଥିଲା । ହେଲେ ପାକିସ୍ତାନ ଭାରତ ବିରୋଧରେ ତାର ବ୍ୟବହାର କରିଛି ।  

ଏଫ-୧୬କୁ ପାକିସ୍ତାନୀ ବାୟୁସେନାର ସବୁଠାରୁ ଶ୍ରେଷ୍ଠ ସ୍କ୍ୱାଡ୍ରନ ବୋଲି ବିବେଚନା  କରାଯାଏ । ପାକିସ୍ତାନ ଏହି ବିମାନ ଆମେରିକା ଠାରୁ କିଣିଛି । ବିମାନ କ୍ରୟ-ବିକ୍ରୟ ବେଳେ ଦୁଇଦେଶ ମଧ୍ୟରେ ଏକ ସର୍ତ୍ତ ରହିଥିଲା । ଯାହାକୁ ଏଣ୍ଡ ୟୁଜ ମନିଟରିଂ ଏଗ୍ରିମେଣ୍ଟ କୁହାଯାଉଛି । ସେଥିରେ କୁହାଯାଇଥିଲା କି ଏହି ଯୁଦ୍ଧବିମାନକୁ ପାକିସ୍ତାନ  ଆତଙ୍କବାଦୀ ବିରୋଧୀ ଅଭିଯାନ ଓ ଆଭ୍ୟନ୍ତରୀଣ  ସୁରକ୍ଷା ଦିଗରେ  ବ୍ୟବହାର କରିବ।  କୌଣସି ପରିସ୍ଥିତିରେ  ଭାରତ ବିରୋଧରେ ଏହାକୁ ବ୍ୟବହାର କରିବ ନାହିଁ । ଆମେରିକା ମଧ୍ୟ ପାକିସ୍ତାନର ଏହି ଏଫ-୧୬ ବିମାନ ବ୍ୟବହାର  ଉପରେ ନଜର ରଖିଆସିଛି । ହେଲେ ପାକିସ୍ତାନ  ଲଗାତାର ଭାବେ ସର୍ତ୍ତ ଉଲ୍ଲଂଘନ କରି ଭାରତ  ବିରୋଧରେ ବ୍ୟବହାର କରିଆସୁଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ  ବିରୋଧରେ ଏଫ-୧୬ ବ୍ୟବହାର କରିଥିଲା।  ଭାରତର ମିଗ୍‌-୨୧ ବିମାନ ତାକୁ ଗୁଳିକରି  ଖସାଇ ଦେଇଥିଲା ।  ଏକଥା  ସାମ୍‌ନାକୁ ଆସିବା ପରେ ଭାରତ ଆମେରିକାକୁ  ତାହା ଜଣାଇଥିଲା । ଆମେରିକା ଚିଠି ଲେଖି  ପାକିସ୍ତାନକୁ ତାଗିଦ ମଧ୍ୟ କରିଥିଲା । 

ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଏଫ- ୧୬କୁ ବ୍ୟବହାର କରିଥିଲା । ଯାହାକୁ ଭାରତୀୟ ସେନା ଖସାଇ ଦେଇଥିଲେ । କେବଳ ଏଫ- ୧୬ ନୁହେଁ, ଚୀନ୍‌ ନିର୍ମିତ ଜେଏଫ-୧୭ ଭଳି  ଆଧୁନିକ ବିମାନ ମଧ୍ୟ ଭାରତୀୟ ସେନା ହାତରେ ଚିତ୍‌ ମାରିଥିଲା । ବର୍ତ୍ତମାନ ଏହା  ସାମ୍‌ନାକୁ ଆସିବା ପରେ ଆମେରିକା ଏବେ  ପାକିସ୍ତାନ ନିକଟରୁ ଏଫ-୧୬ ଫେରାଇନେବା ଉପରେ ବିଚାର କରୁଛି । ନଚେତ ଏଫ- ୧୬ ବ୍ୟବହାର ନେଇ ପାକିସ୍ତାନ ଉପରେ କଟକଣା ଲଗାଇବ । ଏପରିକି ଏଫ-୧୬ର ରକ୍ଷଣାବେକ୍ଷଣ ଲାଗି ପାକିସ୍ତାନକୁ ଆମେରିକା  ଯେଉଁ କୋଟି କୋଟି ଟଙ୍କାର ସହାୟତା ଦେଉଛି ତାକୁ ବନ୍ଦ କରିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.