ନୂଆଦିଲ୍ଲୀ,୨୮।୧୦: ପାକିସ୍ତାନ ସେନା ୨୬ ଓ ୨୭ ଅକ୍ଟୋବର ରାତିରେ ନିୟନ୍ତ୍ରଣ ରଖେରେ ଅସ୍ତ୍ରବିରତି ଉଲଂଘନ କରିଥିଲା। ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ଲିପା ଘାଟିରେ ଭାରତୀୟ ସେନା ପୋଷ୍ଟରେ ଗୁଳି ଏବଂ ମୋର୍ଟାର ମାଡ଼ କରିଥିଲା। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନୀ ସେନା ପକ୍ଷରୁ କରାଯାଇଥିବା ଗୁଳିମାଡ଼ରର ଜବାବରେ ଭାରତୀୟ ସେନା ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତୀୟ ସେନା କଡ଼ା ଜବାବ ଦେଇ ପାକିସ୍ତାନୀ ସେନାର ମନ୍ଦ ଉଦେଶ୍ୟକୁ ବିଫଳ କରିଥିଲା।

ଅସ୍ତ୍ରବିରତି ଉଲଂଘନର ଏହି ଘଟଣା ଲିପା ଭ୍ୟାଲିରେ ଘଟିଥିଲା।ପାକିସ୍ତାନର ସେନା ରାତିର ଅନ୍ଧାରର ଲାଭ ଉଡାଇ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରିଥିଲା। ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଏହାପରେ ନିୟନ୍ତ୍ରଣ ରେଖାରେ ବିବାଦ ବଢିଯାଇଥିଲା। ଭାରତୀୟ ସେନା ଯେ କୌଣସି ଆକ୍ରମଣର କଡା ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି।

ଗତ କିଛି ଦିନ ତଳେ ପାକିସ୍ତାନ ନିଜର ସେଣ୍ଟ୍ରାଲ ଓ ଦକ୍ଷିଣ ଏୟାରସ୍ପେସ୍‌ରେ ବହୁ ଏୟାର ଟ୍ରାଫିକ୍ ରୁଟସ୍‌ରେ ରୋକ ଲଗାଇବାକୁ ନୋଟିଫିକେସନ୍ ଜାରି କରିଥିଲା। ଠିକ୍ ସେହି ସମୟରେ ଭାରତ ସୀମାରେ ଟ୍ରାଇ-ସର୍ଭିସେଜ୍‌ ଏକ୍ସରସାଇଜ୍ ତ୍ରିଶୂଳର ପ୍ରସ୍ତୁତି ଚାଲିଛି। ତେବେ ପାକିସ୍ତାନ ୨୮-୨୯ ଅକ୍ଟୋବର ପାଇଁ ଏହାକୁ ନୋଟମ୍ (ଏୟାରମ୍ୟାନ୍‌କୁ ନୋଟିସ)ର କୌଣସି କାରଣ ବୋଲି କହିନାହିଁ, କିନ୍ତୁ ବିଶ୍ଲେଷକଙ୍କ କହିବା ଅନୁସାରେ, ଏହା କୌଣସି  ସମରାଭ୍ୟାସ କିମ୍ବା ସମ୍ଭାବିତ ହତିଆର ଟେଷ୍ଟ ସମ୍ପର୍କିତ ହୋଇପାରେ। ଇସଲାମାବାଦର ଏହି ପଦକ୍ଷେପ ସେହି ସମୟରେ ନିଆଯାଇଛି, ଯେତେବେଳେ ଭାରତ ୩୦ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ପାକିସ୍ତାନ ସୀମା ସରକ୍ରିକ୍ ନିକଟରେ ବଡ଼ ପରିମାଣର ଟ୍ରାଇ-ସର୍ଭିସେଜ୍ ମିଲିଟାରୀ ଏକ୍ସରସାଇଜ୍ ପାଇଁ ନୋଟମ୍ ଜାରି କରିଥିଲା। ‘ଅପରେସନ୍ ସିନ୍ଦୂର’ପରେ ଭାରତ ପାକିସ୍ତାନ ମଧ୍ୟରେ ଏଭଳି ଘଟଣା ସାଧାରଣ ହୋଇଯାଇଛି। ଯେଉଁଥିରେ ଦୁଇ ଦେଶ ସମରାଭ୍ୟାସ ବେଳେ ସୀମାରେ ନୋଟମ୍ ଜାରି କରିଥାନ୍ତି।