ନୂଆଦିଲ୍ଲୀ : ଘର ଛାଡ଼ି ଫେରାର ହୋଇଗଲେ ନାବାଳିକା । ସୁରକ୍ଷିତ ଉଦ୍ଧାର କଲା ପୁଲିସ । ମହାରାଷ୍ଟ୍ରର ପାଲଘର ଅଞ୍ଚଳରୁ ଆସିଛି ଏଭଳି ଏକ ଖବର । ମାନସିକ ଭାବରେ ଦୁର୍ବଳ ରହିଥିବା ଝିଅକୁ ପାଇବା ପରେ ବାପା ମାଆ ଭାବବିହ୍ବଳ ହୋଇ ପଡ଼ିଥିଲେ । ପୁଲିସ ଝିଅକୁ ପରିବାର ଲୋକଙ୍କ ହସ୍ତାନ୍ତର କରିଥିଲା । ତେବେ ସେ ନିଜ ଇଛାରେ ଘର ଛାଡ଼ିଥିବା କହିଥିଲେ । କାରଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲା ପୁଲିସ ।
ଝିଅଟି ଅଭିମାନ କରି ଘର ଛାଡ଼ି ପଳାଇଥିବା ଜଣାଇଥିଲେ । ତାଙ୍କ ସାନ ଭଉଣୀକୁ ବାପା-ମାଆ ଅଧିକ ଭଲ ପାଉଥିଲେ ବୋଲି କହିଛନ୍ତି । ଯେଉଁ କାରଣରୁ ସେ ଘର ଛାଡ଼ି କୁଆଡ଼େ ପଳାଇଥିଲେ । ପରିବାର ଲୋକେ ଝିଅ ନିଖୋଜ ହେବା ପରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାକୁ ଗୁରୁତର ସହ ନେଇଥିଲା । ନାବାଳିକା ରହିଥିବାରୁ ପ୍ରତି ମୁହୂର୍ତ୍ତ ଚ୍ୟାଲେଞ୍ଜି ରହିଥିଲା । କିନ୍ତୁ ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ମାତ୍ର ପୁଲିସ ତାଙ୍କଠାରୁ ଏଭଳି କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କୁ ବୁଝାଶୁଝା କରିବା ପରେ ପରିବାର ଲୋକଙ୍କ ସହ ଘରକୁ ଫେରିଥିଲେ ।
ଏହାସହ ପଢ଼ନ୍ତୁ : ଶୁଭମନ ନା ଅର୍ଜୁନ, ସାରା କହିଲେ କାହାକୁ କରିବେ ସମର୍ଥନ