ନୂଆଦିଲ୍ଲୀ : ଶନିବାର ଖେଳାଯିବ ଦୁଇଟି ମ୍ୟାଚ୍ । ଆଇପିଏଲର ୧୭ତମ ମ୍ୟାଚରେ ଭେଟାଭେଟି ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଅପରାହ୍ନରେ ଖେଳାଯିବାକୁ ଏହି ମ୍ୟାଚ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । ତେବେ ସାରା ତେନ୍ଦୁଲରକ ଏହି ଦୁଇ ଦଳ ମଧ୍ୟରୁ କାହାକୁ କରିବେ ସମର୍ଥନ ? ଗୋଟିଏ ପଟେ ଶୁଭମନ ଗିଲ ଖେଳୁଥିବାବେଳେ ବିପକ୍ଷ ଦଳରେ ରହିଛନ୍ତି ଭାଇ ଅର୍ଜୁନ ତେନ୍ଦୁଲକର । ତେବେ ସେ କେଉଁ ଦଳର ସମର୍ଥନ କରିବେ ଏହାକୁ ନେଇ ତାଙ୍କୁ ଏକ ପ୍ରଶ୍ନ କରାଯାଇଥିବାବେଳେ ସେ ଦେଇଥିବା ଉତ୍ତର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଯମାନ ଦେଉଥିବା ଦେଖିବାକୁ ମିଳିଛି ।
Sara Tendulkar comes to Lucknow, and a fan asks her whether she’s supporting Lucknow or GT. She doesn’t answer, but blushes and starts smiling 😂💙
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) April 10, 2026
What do you think who will Sara Tendulkar support? pic.twitter.com/zT26orXeXC
ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ସାରାଙ୍କୁ ପଚାରୁଛନ୍ତି କି ତୁମେ କାହାକୁ କରିବ ସମର୍ଥନ ? ଲକ୍ଷ୍ନୌ ନା ଗୁଜୁରାଟ । ଏୟାରପୋର୍ଟର ଏହି ଭିଡିଓ ହୋଇଥିବାବେଳେ ସାରା ମୁରୁକି ହସି ଚାଲିଯାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ଦେଇଛି ।
କହି ରଖୁଛୁ କି, ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ଦୀର୍ଘଦିନ ଧରି ଳାଗି ରହିଛି । ସାରା ଏବଂ ଗିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ଉଭୟ ଡେଟ୍ କରୁଥିବା ମଧ୍ୟ କୁହାଯାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ ହୋଇଛି । ଏଣୁ ସେ ପ୍ରେମିକ ନା ଭାଇଙ୍କୁ ସମର୍ଥନ କରିବା ପାଇଁ ଆସନ୍ତାକାଲି ମ୍ୟାଚରେ ପହଞ୍ଚିବେ ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଛି । ପୂର୍ବରୁ ଭାଇ ଅର୍ଜୁନ ମୁମ୍ବାଇ ପକ୍ଷରୁ ଖେଳୁଥିବାବେଳେ ସେ ତାଙ୍କୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଥିଲେ ।
ଏହାସହ ପଢ଼ନ୍ତୁ : ବେଙ୍ଗାଲୁରୁ-ରାଜସ୍ଥାନ ମ୍ୟାଚରେ ବର୍ଷା ବାଧକ, ଟସ୍ ପାଇଁ ବିଳମ୍ବ