ନୂଆଦିଲ୍ଲୀ, ୨/୧୧ : ପ୍ରେମ ସବୁବେଳେ ଅନ୍ଧ । ନା ସେ ଦେଖେ ଜାତି ନା ଧର୍ମ । ହାର ମାନିଯାଏ ସମାଜର ଲକ୍ଷ୍ମଣରେଖା । ଠିକ୍ ଏଭଳି ଏକ ଘଟଣା ଘଟିଛି ଚିନର ହେନାନ ଅଞ୍ଚଳରେ । ଏଠାରେ ପିଲାମାନଙ୍କ କ୍ଲାସ୍ ପାଇଁ ଏକ ଚାଟ୍ ଗ୍ରୁପରେ ଭେଟିଥିବା ଦୁଇ ବିବାହିତ ଦମ୍ପତ୍ତି ନିଜ ନିଜ ପରିବାରକୁ ଛାଡ଼ି ଫେରାର ହୋଇଯାଇଛନ୍ତି । ଏହି ଦୁଇ ଜଣଙ୍କ ପରିଚୟ ଝାଙ୍ଗ ଏବଂ ବେନ ରୂପରେ ହୋଇଛି । ଦୁଇ ଜଣଙ୍କ ପ୍ରଥମରୁ ନିଜ ନିଜ ପରିବାର ଥିଲେ । ଝାଙ୍ଗଙ୍କ ୪ପିଲା ଥିଲେ ଯାହାକି ବେନଙ୍କର ଦୁଇ ପିଲା ଥିଲେ। ଉଭୟେ ଜଣେ ଅନ୍ୟ ଜଣଙ୍କ ସହ ପଳାଇଯାଇଛନ୍ତି । ଏହା ସେତେବେଳେ ଯେତେବେଳେ ଉଭୟ ପିଲାଙ୍କ ହୋମ୍ ଓ୍ବାର୍କ ବିଷୟରେ କଥା ହେବାକୁ ଲାଗିଥିଲେ ।
ବିଶେଷ କରି ସାଉଥ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଏହା ସେତେବେଳେ ହୋଇଥିଲା ଯେତେବେଳେ କ୍ଲାସ୍ ଗ୍ରୁପରେ କଥା ହୋଇଥିଲେ । ଉଭୟେ ଜଣେ ଅନ୍ୟ ଜଣଙ୍କ ସହ କଥା ହୋଇଥିଲେ। ଧିରେ ଧିରେ ପାଖକୁ ଆସିବାକୁ ଲାଗିଥିଲେ । ଏହି ଚାଟ୍ ଗ୍ରୁପ୍ ଶିକ୍ଷକଙ୍କ ତରଫରୁ ଦିଆଯାଇଥିବା ହୋମଓ୍ବାର୍କ ଏବଂ ପିଲାଙ୍କ ପାଠ ପଢା ଉପରେ ନଜର ରଖିବା ଲାଗି କରାଯାଇଥିଲା । ଏହି କଥାବାର୍ତ୍ତା ସମୟରେ ବେନ ଝାଙ୍ଗଙ୍କ ପ୍ରତି ବିଶେଷ ଧ୍ୟାନ ଆକର୍ଷଣ କରିଥିଲେ । ଯାହାଦ୍ବାରା ଝାଙ୍ଗଙ୍କୁ ସେ ନିଜର ନିଜର ଲାଗିଥିଲେ ।
ତାଙ୍କ କାହାଣୀ ଏବେ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଛି । ଉଭୟେ ବହୁ ସମୟ ପୂର୍ବରୁ ହିଁ ନିଜ ଘରୁ ଫେରାର ହୋଇଯାଇଥିଲେ । ଝାଙ୍ଗ କହିଛନ୍ତି କି ସେ ନିଜ ସ୍ବାମୀଙ୍କ ଠାରୁ ଘରୋଇ ହିଂସାର ଶିକାର ହେଉଥିଲେ । ଯାହାଦ୍ବାରା ତାଙ୍କର ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥିଲା । ଗୋଟିଏ ଥର ସ୍ବାମୀଙ୍କଠାରୁ ମାଡ଼ ଖାଇବା ପରେ ଝାଙ୍ଗ ବେନଙ୍କୁ ନେଇ ନୂଆ ଜୀବନ ଆରମ୍ଭ କରିବାକୁ ଏକ ପ୍ରସ୍ତାବ ଦେଇଥିଲେ । ଏହାପରେ ବିନା ତଲାକ ନେଇ ବେନ ଝାଙ୍ଗଙ୍କ ସହ ବହୁ ଦୂରକୁ ପଳାଇଯାଇ ସେଠାରେ ଏକାଠି ରହିଛନ୍ତି ।