ପାଟଣାଗଡ,୨୨।୧ : ପାଟଣାଗଡ ଏନଏସି ଉପାଧ୍ୟକ୍ଷ ପ୍ରଫୁଲ କୁମାର ମେହେର ବିଜେଡିରୁ ନିଲମ୍ବିତ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଜେଡି ଉପସଭାପତି ପ୍ରତାପ ଜେନା ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ।
ପ୍ରକାଶ ଯେ, ଉପାଧ୍ୟକ୍ଷ ଶ୍ରୀ ମେହେରଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଏନ୍ଏସି ଅଞ୍ଚଳରେ ବିକାଶ ମୁଲକ କାମରେ ବିଭିନ୍ନ ସମୟରେ ବାଧା ଉପୁଜୁଥିଲା । ଏହି ଘଟଣା ଦଳର ହାଇକମାଣ୍ଡଙ୍କ ପାଖରେ ପହଞ୍ଚିଥିଲା । ଏନେଇ ଉପାଧ୍ୟକ୍ଷ ଶ୍ରୀ ମେହେରଙ୍କୁ ଦଳ ପକ୍ଷରୁ ତାଗିଦ ମଧ୍ୟ କରାଯାଇଥିଲା । ତଥାପି ସେ ଦଳ ବିରୋଧୀ କାମ ସହ ଉନ୍ନତି ମୁଳକ କାମରେ ବାରମ୍ବାର ବ୍ୟାଘାତ ସୃଷ୍ଟି କରୁଥିଲେ । ଶେଷରେ ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଆହୁରି ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ