ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓ ଏବେ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ଯାତ୍ରୀ ଟ୍ରେନରେ ଅଳିଆ କରୁଥିବା ଦେଖିବାକୁ ମିଳୁଛି । ମହିଳା ଜଣ ଯାତ୍ରା କରୁଥିବାବେଳେ ନିଜ ସିଟରେ ବସି ବାଦାମ ଖାଉଛନ୍ତି ଆଉ ସେଠାରେ ହିଁ ଚୋପା ପକାଉଛନ୍ତି । ଡଷ୍ଟବିନ୍ ଥିବାପରେ ମଧ୍ୟ ସେ ବ୍ୟବହାର କରୁନାହାନ୍ତି । କେବଳ ଏତିକି ନୁହେଁ ସିଟରୁ ଉଠି ହାତ ନହେଇ ସେଠାରେ ପାଣି ବୋତଲ କାଢ଼ି ହାତ ଧୋଇ ହେଉଛନ୍ତି । ଯାହାକୁ ସେଠାରେ ଥିବା ଯାତ୍ରୀମାନେ କିଛି ମଧ୍ୟ କହୁନାହାନ୍ତି । ମାତ୍ର ତାଙ୍କର ଭିଡିଓ ଉଠାଇ ଯାଇଥିବାବେଳେ ଏବେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।

ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି ପିଆଜ କାଟୁଛନ୍ତି ଆଉ ସିଟ ପାଖରେ ହିଁ ପକାଉଛନ୍ତି । ଅନ୍ୟଜଣେ ଯାତ୍ରୀ ସାମ୍ନାରେ ବସି ପିଆଜ ଚୋପା ଛଡ଼ାଉଛନ୍ତି ଆଉ ସେଠାରେ ହିଁ ପକାଉଛନ୍ତି । ନିଜ ରୋଷେଇ ଘରେ ବସିବା ଭଳି ଲାଗୁଛି । କିନ୍ତୁ ସେମାନେ କାହା ଶୁଣୁନଥିବାବେଳେ ମନଇଛା କାମ କରୁଛନ୍ତି । କେବଳ ଏହି ଦୁଇ ଭିଡିଓ ନୁହେଁ ଆପଣ ଯାତ୍ରା କରୁଥିବାବେଳେ ଏମିତି କିଛି ଲୋକ ଅଛନ୍ତି ସେମାନେ ଜାଣିଶୁଣି ଏଭଳି କାମ କରିଥାନ୍ତି । ଜାରିଶୁଣି ଅଳିଆ କରନ୍ତି । ଆଉ ଯିଏ କହିଲେ ମଧ୍ୟ ଶୁଣନ୍ତି ନାହିଁ ।

ସେପଟେ ଏହିସବୁ ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଖରାପ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି । ଏଭଳି କାମରୁ ନିବୃତ୍ତ ନରହିଲେ କେସ୍ କରିବୁ ବୋଲି ମଧ୍ୟ କିଛି ୟୁଜର୍ସ ଦାବି କରିଛନ୍ତି । ଟ୍ରେନରେ ସିସିଟିଭି ଲାଗିଥିଲେ ସୁଦ୍ଧା ଏହାକୁ ଖାତିର୍ ନକରି ଏଭଳି କରୁଛନ୍ତି କିଛି ଯାତ୍ରୀ । ଯାହାକୁ ନେଇ ରେଳବାଇକୁ ମଧ୍ୟ କିଛି ୟୁଜର୍ସ ଦାୟୀ କରିଛନ୍ତି । ସେମାନେ କହିଛନ୍ତି କି, ଭିଡିଓ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏଭଳି ଭୁଲ୍ କରିବା ପୂର୍ବରୁ ଅନ୍ୟମାନେ ଭାବନ୍ତେ ବୋଲି କହିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।