ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ : ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏଲିଭେଟେଡ୍ ଡ୍ରାଇଭୱେ ନିର୍ମାଣ କାର୍ଯ୍ୟକୁ ଅନୁମତି

Published By : Suraj Kumar | January 29, 2025 8:27 PM

ଭୁବନେଶ୍ୱର, ୨୯।୧: ଭୁବନେଶ୍ୱର ରେଳ ଷ୍ଟେସନର ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍ ଡ୍ରାଇଭୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ରାଜ୍ୟ ସରକାର  ଅନୁମତି ପ୍ରଦାନ କରିଛନ୍ତି | ଷ୍ଟେସନର ଆଧୁନିକୀକରଣରେ  ଏହା ଏକ ଗୁରୁତ୍ୱପୂର୍ଣ୍ଣ  ପଦକ୍ଷେପ।  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ୱାରା ଆବଣ୍ଟିତ ଜମିରେ ଏଲିଭେଟେଡ୍ ଆପ୍ରୋଚ୍ ଏବଂ ଏକଜିଟ୍ ରୋଡ୍ ନିର୍ମାଣ ପାଇଁ ଅନୁମତି  ମିଳିଛି | 

ଷ୍ଟେସନ ପୁନଃବିକାଶର ଏକ ଅଂଶ ଭାବରେ  ଷ୍ଟେସନ ପରିସରରେ ପାର୍କିଂ ଏବଂ ବାଣିଜ୍ୟିକ ସ୍ଥାନଗୁଡ଼ିକର ବିକାଶ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ନିର୍ମାଣ କରାଯିବ | ଏପରିକି ଦିଆଯାଇଥିବା ଜମିରେ  ବିଡିଏ ବାଣିଜ୍ୟିକ କ୍ଷେତ୍ର ବିକାଶ କରିବାକୁ ମଧ୍ୟ ଯୋଜନା କରୁଛି । ଯାହା ଦ୍ଵାରା ରେଳ ଷ୍ଟେସନ ଏବଂ ବିଡିଏ ଉଭୟଙ୍କ ସ୍ୱାର୍ଥ ହାସଲ ହେବ ।  ଭବିଷ୍ୟତରେ  ଏକ ଆଧୁନିକ   ଷ୍ଟେସନ କମ୍ପ୍ଲେକ୍ସ ସୃଷ୍ଟି ହେବ | ଏଲିଭେଟେଡ୍ ଡ୍ରାଇଭୱେର ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବା ସହିତ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ |  ଷ୍ଟେସନର ନୂତନ ପ୍ରବେଶ ଏବଂ ପ୍ରସ୍ଥାନ ପଥ, ଲିଫ୍ଟ, ସମସ୍ତ ପ୍ଲାଟଫର୍ମରେ ଏସ୍କେଲେଟର ଏବଂ ଏକ ଏୟାର-କନକୋର୍ସ  ରହିବ ।

 ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇ ଅମୃତ ଷ୍ଟେସନ ଯୋଜନାର ଏକ ପ୍ରୟାସ । ଭାରତୀୟ ରେଳବାଇ ଏହି ପୁନଃବିକାଶ ପ୍ରକଳ୍ପରେ  ୪୧୯  କୋଟି ଟଙ୍କା  ନିବେଶ କରୁଛି । ଯାହା ଫଳରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୃଷ୍ଟି ହେବ |  ଏଥିରେ ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ଏକ ଆଧୁନିକ କୋଠା, ବିମାନବନ୍ଦର ଟର୍ମିନାଲ ଭଳି ଡିଜାଇନ୍ ହୋଇଥିବା ଯାତ୍ରୀ ଚଳପ୍ରଚଳ କ୍ଷେତ୍ର, ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ, ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏୟାର କନକୋର୍ସ, ଲିଫ୍ଟ, ଏସ୍କାଲେଟର, ବ୍ୟାଗେଜ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ ପ୍ଲାଜା, ପ୍ରତୀକ୍ଷା ଅଞ୍ଚଳ ରହିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.