ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

୩୦୮ ଜୀବନ୍ତ କଇଁଛ ସହ ପିକଅପ ଭ୍ୟାନ ଓ ବାଇକ ଜବତ , ୨ ଗିରଫ

Published By : Prameya | April 3, 2025 7:14 PM

ମାଲକାନଗିରି /ଏମଭି୭୯, ୩/୪(ଆପ୍ର ) :ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୋଟୁ ସୀମାନ୍ତ ଚେକ ପୋଷ୍ଟ ନିଟରୁ ୩୦୮ ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏଥି ସହ ପିକଅପ ଭ୍ୟାନ ଓ ବାଇକ ଜବତ କରି  ଦୁଇଜଣ ଚାଲାଣ କାରୀଙ୍କୁ ବନବିଭାଗ ଗିରଫ କରିଛି।  

ବିଶ୍ୱତ ସୂତ୍ରରୁ ଖବର ପାଇ ଏମ ଭି ୭୯ ରେଞ୍ଜର ରଶ୍ମିରଂଜନ ସ୍ୱାଇଁ ଙ୍କ ନେତୃତ୍ୱରେ ଫରେଷ୍ଟେର ମୂରାଲୀଧର ଅନୁଗୁଳିଆ , ସମସ୍ତ ମୋଟୁ ବନବିଭାଗ ବିଭାଗ କର୍ମଚାରୀ ମୋଟୁ ଚେକ ପୋଷ୍ଠ ଠାରେ ରାତ୍ର ରେ ଜଗିରହି ଥିଲେ। ସୂଚନା ମୁତାବକ ଆଜି ଭୋର ୪ଟା ବେଳେ ଏକ ପିକ ଉପ ଭ୍ୟାନ ଗାଡି ଏବଂ ୨ ଟି ମୋଟର ସାଇକଲ ପୋଡ଼ଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ଦ୍ରୁତ ଗତି ରେ ଆସୁଥିବା ଦେଖି ଅଟକାଇ ଥିଲେ। ଗାଡି ଯାଞ୍ଚ କରିବାରୁ କଇଁଛ ଥିବା ଜଣାପଡିଥିଲା। ଏମ୍ ଭି ୭୯ ସ୍ଥିତ ବନବିଭାଗ କାର୍ଯ୍ୟାଳୟ କୁ ନିଆଯାଇ ଦୁଇଟି ମୋଟର ସାଇକଲ, ୨ ଜଣ ଲୋକ ଓ ୩୦୮ଟି କଇଁଛ ଜବତ କରାଯାଇଥିଲା। ଜବତ କଇଁଛ ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। 

ଏ ନେଇ ବନବିଭାଗ ପକ୍ଷରୁ ରୁ ଏକ ମାମଲା ରୁଜୁ କରାଯାଇ ଏମଭି ୭୯ ଥାନା ଅଞ୍ଚଳ ର ଅଭିଯୁକ୍ତ ସୁରଜ ମଲ୍ଲିକ (୨୭), ଶକ୍ତିପଦ ଗାଇନ ୨ ଜଣ କଇଞ୍ଚ ଚାଲାଣ କାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ର ରୁ ଜଣା ପଡିଛି। ଘଟଣା ସ୍ଥଳ କୁ ସହକାରୀ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି କଇଁଚ ଆନ୍ଧ୍ରପ୍ରଦେଶ ର କାକିନାଡା ଅଞ୍ଚଳରୁ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ପ୍ରଶାସନ କୁ ଚକମା ଦେଇ ଏହି ବେପାର ଚାଲିଥିବା ବନ ବିଭାଗର ଏଭଳି ଚଢାଉ ଯୋଗୁଁ କଇଁଛ ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳଯାଇଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.