ମଙ୍ଗଳପୁର, ୧୩/୧୧ : ଯାଜପୁର ଜିଲ୍ଲା ଝାଟିଆ ସାହି ରାସ୍ତା ଧୂଷୁରୀ ଥାନା ଅଧୀନ କୋରୁଆ କେନାଲ ନିକଟରୁ ବେଆଇନ ଗୋରୁ ବୋଝେଇ ପିକଅପ୍ ଗାଡ଼ି ଜବତ। ୧୫ ଗୋରୁ ଜୀବନ୍ତ ଉଦ୍ଧାର। ୨ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା। 

ସୂଚନାନୁଯାୟୀ, ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ପାଣିକୋଇଲିରୁ ବାହାରି ବାରିକପୁର ଛକ ଗୋବିନ୍ଦପୁର ଦେଇ ଯାଉଥିଲା। ଉକ୍ତ ଗାଡିକୁ ବଜରଙ୍ଗ ଦଳର କର୍ମୀମାନେ ପିଛା କରି ଧୂଷୁରୀ ଥାନା ଅଧୀନ କୋରୁଆ କେନାଲ ନିକଟରେ କାବୁ କରିଥିଲେ। ଗାଡିରୁ ୧୫ଟି ଗୋରୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।