ଭୁବନେଶ୍ୱର, ୧୨/୧୦ : ଯୁକ୍ତ ଦୁଇ ତୃତୀୟ ନାମଲେଖା ନେଇ ସାମ୍‌ସ ୱେବ୍‌ସାଇଟ୍‌ରେ ୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ । ନଭେମ୍ବର ୧ରେ ମେଧା ତାଲିକା ପ୍ରକାଶ ପାଇବ । 

ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ୨ରୁ ୫ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ୭ରୁ ୮ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରେ ଥିବା ପିଲାମାନେ ପଞ୍ଜୀକରଣ କରିବେ । ୮ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇ ୧୧ରୁ ୧୩ ତାରିଖ ମଧ୍ୟରେ ନାମଲେଖା ହେବ।