ନୂଆଦିଲ୍ଲୀ,୩୧/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ ଅପିଲ୍ କରିଛନ୍ତି । ଏହା ସହିତ ଭୂସ୍ୱର୍ଗରୁ ନେଇ ଦେବଭୂମିରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରି ପୀଡ଼ିତଙ୍କ ଦୁଃଖ ଆମର ଦୁଃଖ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

'ଦୁଃଖ ଦେଇଛି ପ୍ରାକୃତିକ ବିପର୍ଯ୍ୟୟ'- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,'' ଏହି ମୌସୁମୀ ଋତୁରେ, ପ୍ରାକୃତିକ ବିପର୍ଯ୍ୟୟ ଦେଶକୁ ପରୀକ୍ଷା କରୁଛି । ଗତ କିଛି ସପ୍ତାହ ମଧ୍ୟରେ, ଆମେ ବନ୍ୟା ଏବଂ ଭୂସ୍ଖଳନର କ୍ଷୟକ୍ଷତି ଦେଖିଛୁ । କେଉଁଠି ଘର ନଷ୍ଟ ହୋଇଯାଇଛି, କେଉଁଠି କ୍ଷେତ ବୁଡ଼ି ଯାଇଛି । ଫସଲ ନଷ୍ଟ ହୋଇଛି । କେଉଁଠି ପାଣିର ଦ୍ରୁତ ପ୍ରବାହରେ ପୋଲ୍ ଭାସି ଯାଇଛି, ରାସ୍ତାଘାଟ ବୁଡ଼ିଛି । ଲୋକଙ୍କ ଜୀବନ ବିପଦରେ ଫସିଛି । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖ ଦେଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରର ଯନ୍ତ୍ରଣା ଆମ ସମସ୍ତଙ୍କର ଯନ୍ତ୍ରଣା । ପୀଡ଼ିତଙ୍କୁ ଦୁଃଖ ଆମର ଦୁଃଖ ।''

'ଗର୍ବରେ କୁହ ଏ ସ୍ୱଦେଶୀ'- ୧୨୫ତମ ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଭୋକାଲ ଫର୍ ଲୋକାଲ୍‌ ପାଇଁ ଆହ୍ୱାନ ଦେଇଛନ୍ତି । ସ୍ୱଦେଶୀ ଜିନିଷକୁ ବ୍ୟବହାର କରି ଏହାକୁ ଗର୍ବରେ ସ୍ୱଦେଶୀ ବୋଲି କହିବାକୁ ଅପିଲ୍ କରିଛନ୍ତି । ଏହି ଭାବନାକୁ ନେଇ ଆଗକୁ ବଢିବାକୁ ହେବ । ଗୋଟିଏ ହି ମନ୍ତ୍ର ଭୋକଲ୍‌ ଫର୍ ଲୋକାଲ, ଗୋଟିଏ ରସ୍ତା 'ଆତ୍ମନିର୍ଭର ଭାରତ', ଗୋଟିଏ ଲକ୍ଷ୍ୟ  'ବିକଶିତ ଭାରତ' ।

ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ- ୧୨୫ତମ ମନ୍‌ କି ବାତ୍‌ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀନଗରରେ ଆୟୋଜିତ ୱାଟର ସ୍ପୋର୍ଟସରେ ଭାଗ ନେଇଥିବା ରଶ୍ମିତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ୨ଟି ସ୍ବର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କିପରି କ୍ରୀଡ଼ା ଜୀବନ ଆରମ୍ଭ କଲେ, କ'ଣ ସଂଘର୍ଷ ଥିଲା ପଚାରି ବୁଝିଲେ ପିଏମ୍‌ । ସଂଘର୍ଷ ସତ୍ତ୍ବେ ଖେଳକୁ ନ ଛାଡ଼ି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୱାଟର ସ୍ପୋର୍ଟସକୁ ଅଧିକ ଲୋକପ୍ରିୟ କରିବାକୁ ଆହ୍ୱାନ ଦେଇଛନ୍ତି । ଜାତୀୟ ଚାମ୍ପିଅନସିପ ଓ ଜାତୀୟ କ୍ରାଡାରେ ରଶ୍ମିତା ୧୩ ସ୍ୱର୍ଣ୍ଣ ପଦକ ସହିତ ୪୧ଟି ପଦକ ଜିତିଛନ୍ତି ।

'ପ୍ରତିଭା ସେତୁ' ବିଷୟରେ କହିଲେ...ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଆମେ  ସମସ୍ତେ ସିଭିଲ୍ ସର୍ଭିସେସ୍‌ର ଟପ୍ପରମାନଙ୍କ ପ୍ରେରଣାଦାୟକ କଥା ଶୁଣିଛୁ। ହଜାର ହଜାର ପରୀକ୍ଷାର୍ଥୀ ପ୍ରାର୍ଥୀ ପରିଶ୍ରମ କରି ସଫଳ ହୋଇଛନ୍ତି । ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପଡ଼େ। ସେମାନେ ସମୟ ଏବଂ ଟଙ୍କା ଉଭୟ ଖର୍ଚ୍ଚ କରୁଥିଲା। ତେଣୁ, ବର୍ତ୍ତମାନ ଏପରି ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ଏବଂ ଏହାର ନାମ 'ପ୍ରତିଭା ସେତୁ' । ଏହି ପୋର୍ଟାଲ୍‌ରୁ, ଘରୋଇ କମ୍ପାନୀଗୁଡ଼ିକ ଏହି ଆଶାୟୀ ଛାତ୍ରଛାତ୍ରୀଙ୍କ ସୂଚନା ନେଇ ସେମାନଙ୍କୁ ନିଯୁକ୍ତି ଦେଇପାରିବେ । ଏହି ପୋର୍ଟାଲ୍ ସାହାଯ୍ୟରେ ଶହ ଶହ ପ୍ରାର୍ଥୀଙ୍କୁ ତୁରନ୍ତ ଚାକିରି ମିଳିଛି । 'ପ୍ରତିଭା ସେତୁ'ରେ ସେହି ପ୍ରାର୍ଥୀମାନଙ୍କର ତଥ୍ୟ ଅଛି ଯେଉଁମାନେ UPSCର ବିଭିନ୍ନ ପରୀକ୍ଷାର ସମସ୍ତ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ସେମାନଙ୍କ ନାମ ଚୂଡ଼ାନ୍ତ ମେରିଟ୍ ଲିଷ୍ଟରେ ଆସିପାରିଲା ନାହିଁ ।

ଜମ୍ମୁ କାଶ୍ମୀ ଉପଲବ୍ଧିର ଆଲୋଚନା- ମନ୍‌ କି ବାଦରେ ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ୟା ଏବଂ ବର୍ଷାର ଏହି କ୍ଷୟକ୍ଷତି ମଧ୍ୟରେ, ଜମ୍ମୁ ଏବଂ କାଶ୍ମୀର ମଧ୍ୟ ଦୁଇଟି ବିଶେଷ ସଫଳତା ହାସଲ କରିଛି । ଜମ୍ମୁ ଏବଂ କାଶ୍ମୀର ପୁଲୱାମାର ଏକ ଷ୍ଟାଡିୟମରେ ରେକର୍ଡ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ପୁଲୱାମାର ପ୍ରଥମ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ ଖେଳାଯାଇଥିଲା।  ପୂର୍ବରୁ ଏହା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି । ଏହି ମ୍ୟାଚ୍ 'ରୟାଲ୍ ପ୍ରିମିୟର ଲିଗ୍'ର ଏକ ଅଂଶ, ଯେଉଁଥିରେ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଦଳ ଖେଳୁଛନ୍ତି । ଦ୍ୱିତୀୟ ସଫଳତାଟି ହେଉଛି ଦେଶର ପ୍ରଥମ 'ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ'  ଶ୍ରୀନଗରର ଡାଲ୍ ହ୍ରଦରେ ହୋଇଥିଲା । ଏପରି ଏକ ଉତ୍ସବ ଆୟୋଜନ କରିବା ପାଇଁ ଏକ ବିଶେଷ ସ୍ଥାନ । ଏହାର ଉଦ୍ଦେଶ୍ୟ ହେଉଛି ଜମ୍ମୁ ଏବଂ କାଶ୍ମୀରରେ ଜଳ କ୍ରୀଡ଼ାକୁ ଅଧିକ ଲୋକପ୍ରିୟ କରିବା ଏବଂ ସାରା ଭାରତରୁ ୮୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ ।