ନୂଆଦିଲ୍ଲୀ,୧୭/୧୨: ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆଦିସ ଆବାବାରେ ଇଥିଓପିଆ ସଂସଦରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି,'' ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମନ୍ଦିରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ ଇଥିଓପିଆ । ମନ ମିଶିଲା ପର୍ବତ ବି ଆପେ ଆପେ ରାସ୍ତା ଦେଖାଏ । ଇଥିଓପିଆ ସିଂହଙ୍କ ଦେଶ ମୁଁ ଏଠାକୁ ଆସି ବେଶ୍ ଆନନ୍ଦିତ । ଏଠାକୁ ମୁଁ ଆସି ନିଜ ଘରକୁ ଆସିବା ପରି ଅନୁଭବ କରୁଛି । କାରଣ ମୋ ଦେଶ ଭାରତରେ ମୋର ଗୃହ ରାଜ୍ୟ ଗୁଜରାଟକୁ ସିଂହ ଧରତ୍ରୀ ବୋଲି କୁହାଯାଏ । ଆମ ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍' ପରି ଇଥିଓପିଆ ଜାତୀୟ ସଙ୍ଗୀତ । ଆମର ଦୃଷ୍ଟିକୋଣ ହେଉଛି ଏପରି ଏକ ବିଶ୍ୱ ଯେଉଁଠାରେ ଗ୍ଲୋବାଲ୍ ସାଉଥ୍ କାହା ବିରୁଦ୍ଧରେ ନୁହେଁ, ବରଂ ସମସ୍ତଙ୍କ ପାଇଁ । "
ସଂସଦରେ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମହାନ ଭବନରେ, ଆପଣଙ୍କ ଆଇନ ଗଠନ ହୋଇଥାଏ । ଏଠାରେ ଲୋକଙ୍କ ଇଚ୍ଛା ରାଷ୍ଟ୍ରର ଇଚ୍ଛାରେ ପରିଣତ ହୁଏ, ଏବଂ ଯେତେବେଳେ ରାଜ୍ୟର ଇଚ୍ଛା ଲୋକଙ୍କ ଇଚ୍ଛା ସହିତ ସମନ୍ୱୟ ରକ୍ଷା କରେ, ସେତେବେଳେ କାର୍ଯ୍ୟକ୍ରମର ଚକ ଆଗକୁ ବଢ଼େ । ଆପଣଙ୍କ ମାଧ୍ୟମରେ, ମୁଁ କ୍ଷେତରେ ଚାଷୀମାନଙ୍କ ସହିତ, ନୂତନ ଚିନ୍ତାଧାରା ନିର୍ମାଣ କରୁଥିବା ଉଦ୍ୟୋଗୀମାନଙ୍କ ସହିତ, ମହିଳା ନେତୃତ୍ୱ ନେଉଥିବା ସମ୍ପ୍ରଦାୟ ସହିତ ଏବଂ ଭବିଷ୍ୟତ ଗଠନ କରୁଥିବା ଇଥିଓପିଆର ଯୁବକମାନଙ୍କ ସହିତ ମଧ୍ୟ କଥା ହେଉଛି । ଆପଣଙ୍କ ସଂସଦ, ଆପଣଙ୍କ ଲୋକଙ୍କ ପାଇଁ ଏବଂ ଆପଣଙ୍କ ଗଣତାନ୍ତ୍ରିକ ଯାତ୍ରା ପାଇଁ ବହୁତ ସମ୍ମାନ ସହିତ ଆପଣଙ୍କ ପାଖକୁ ଆସିଛି... ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ବନ୍ଧୁତା, ସଦଭାବନା ଏବଂ ଭାଇଚାରାର ସନ୍ଦେଶ ଆଣି ଆସିଛି । ଭାରତର ଜାତୀୟ ଗୀତ 'ବନ୍ଦେ ମାତରମ୍' ଏବଂ ଇଥିଓପିଆର ଜାତୀୟ ସଙ୍ଗୀତ, ଉଭୟ ଆମ ମାଟି ମାଆ ଭାବନା ସୂଚିତ କରେ । ଆମ ଐତିହ୍ୟ, ସଂସ୍କୃତି, ସୌନ୍ଦର୍ଯ୍ୟରେ ଗର୍ବ କରିବାକୁ ଏବଂ ମାତୃଭୂମିକୁ ସୁରକ୍ଷା ଦେବାକୁ ପ୍ରେରଣା ଦିଅନ୍ତି ।''
#WATCH | Addis Ababa, Ethiopia | PM Modi says, "Indian companies are among the largest investors in Ethiopia. They have invested more than 5 billion dollars across diverse sectors and generated more than 75000 jobs. We have decided to elevate India-Ethiopia bilateral relationship… pic.twitter.com/2blxcrMy2B
— ANI (@ANI) December 17, 2025
ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗତକାଲି ମୋତେ ଇଥିଓପିଆର ମହାନ ସମ୍ମାନ ନିଶାନ' ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୪୦ କୋଟି ଭାରତର ଲୋକଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛି । କରୋନା ସମୟରେ ସମଗ୍ର ବିଶ୍ୱ ଚିନ୍ତାରେ ଥିଲା । କଷ୍ଟକର ସମୟ ଥିଲା । ଏହି ସମୟରେ ମାନବତା ପାଇଁ ଭାରତ ଆଗକୁ ବଢିଥିଲା । ଭାରତ ୧୫୦ ଦେଶକୁ ଔଷଧ ଏବଂ ଭ୍ୟାକ୍ସିନ ପଠାଇଛି । ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ, ଭାରତ ଇଥିଓପିଆକୁ ୪ ନିୟୁତରୁ ଅଧିକ ଭ୍ୟାକ୍ସିନ ଡୋଜ୍ ଯୋଗାଇଛି । ଇଥିଓପିଆରେ ଭାରତୀୟ କମ୍ପାନୀଗୁଡ଼ିକ ସବୁଠାରୁ ବଡ଼ ନିବେଶକଙ୍କ ମଧ୍ୟରେ ଅନ୍ୟତମ । ସେମାନେ ବିଭିନ୍ନ କ୍ଷେତ୍ରରେ ୫ ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି ଏବଂ ୭୫୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି । ଆମେ ଭାରତ-ଇଥିଓପିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ରଣନୈତିକ ସହଭାଗୀତାକୁ ଉନ୍ନତ କରିବାକୁ ନିଷ୍ପତ୍ତି ନେଇଛୁ । ପ୍ରାୟ ୨୦୦୦ ବର୍ଷ ପୂର୍ବେ, ଆମର ପୂର୍ବପୁରୁଷମାନେ ମହାନ ଜଳରାଶି ପାର ହୋଇ ସଂଯୋଗ ସ୍ଥାପନ କରିଥିଲେ । ଭାରତ ମହାସାଗର ପାର ହୋଇ, ବ୍ୟବସାୟୀମାନେ ମସଲା ଏବଂ ସୁନା ନେଇ ଜାହାଜରେ ଯାତ୍ରା କରୁଥିଲେ, କିନ୍ତୁ ସେମାନେ ସାମଗ୍ରୀ ଅପେକ୍ଷା ଅଧିକ ବ୍ୟବସାୟ କରୁଥିଲେ । ୧୯୪୧ ମସିହାରେ ଇଥିଓପିଆ ମୁକ୍ତି ପାଇଁ ଭାରତୀୟ ସୈନିକମାନେ ଲଢ଼ିଥିଲେ।"
ସଂସଦରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ 'ଏକ ପେଡ ମା' କେ ନାମ' ଅଭିଯାନରେ ସାମିଲ ହୋଇ ଆଦିସ ଆବାବାରେ ବୃକ୍ଷରୋପଣ କରିଛନ୍ତି । ଏହା ସହିତ ଇଥିଓପିଆର ଆଡୱା ବିଜୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
#WATCH | Addis Ababa | PM Modi and Ethiopian PM Dr Abiy Ahmed Ali planted a sapling of Phoenix Dactylifera (Date Palm) at the Parliament as part of the 'Ek Ped Maa Ke Naam' initiative.
— ANI (@ANI) December 17, 2025
(Video source: ANI/DD) pic.twitter.com/cBteGzDWCW