ନୂଆଦିଲ୍ଲୀ,୩୧।୮:  ଚୀନ୍‌ ତିଆନଜିନରେ ଚାଲିଛି ଏସସିଓ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ମୋଦିଙ୍କୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଭବ୍ୟ ଢଙ୍ଗରେ  ସ୍ୱାଗତ କରିଛନ୍ତି।  ଦୁଇ ଦିନିଆ ଗସ୍ତ ପାଇଁ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୀନର ମର୍ଯ୍ୟାଦାଜନକ ‘ମେଡ୍ ଇନ୍ ଚାଇନା’ ହୋଙ୍ଗକି କାର ଯୋଗାଇ ଦିଆଯାଇଛି। ଏହା ହେଉଛି ସେହି କାର ଯାହାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସରକାରୀ ଗସ୍ତରେ ବ୍ୟବହାର କରନ୍ତି।

Hongqi L5  କାରକୁ ‘ରେଡ୍ ଫ୍ଲାଗ’ ନାମରେ ଜଣାପଯାଏ। ଏହାର ବ୍ୟବହାର ସି ଜିନପିଙ୍ଗ ୨୦୧୯ ରେ ମହାବଳିପୁରମରେ ପିଏମ୍‌ ମୋଦିଙ୍କୁ ସାକ୍ଷାତ କରିବା ସମୟରେ ବ୍ୟବହାର କରିଥିଲେ। ଏହା ଚୀନ୍‌ର ପ୍ରତୀକାତ୍ମକ କାର ବୋଲି ମନେକରାଯାଏ। ପିଏମ୍ ମୋଦି ନିଜର ଚୀନ୍ ଯାତ୍ରା ବେଳେ ଏହି Hongqi କାର ବ୍ୟବହାର କରୁଛନ୍ତି।

ଏହି କାରକୁ ସରକାରୀ କମ୍ପାନୀ ପାଷ୍ଟ ଅଟୋମୋଟିଭ ଓ୍ବାର୍କସ (ଏଫ୍‌ଏଡବ୍ଲୁ) ତିଆରି କରିଛି। ଏହି କମ୍ପାନୀ ୧୯୫୮ ରେ ନିଜର ପ୍ରଥମ କାର ଲଞ୍ଚ କରିଥିଲା। ଯାହାକୁ କମ୍ୟୁନିଷ୍ଟ ପାର୍ଟିକୁ ଟପ୍ ଲିଡର୍ସଙ୍କ ପାଇଁ ତିଆରି କରାଯାଇଛି। ୨୦୧୯ ରେ ଭାରତ ଗସ୍ତ ଆସିଥିବା ଜିନପିଙ୍ଗ Hongqi L5  କାରକୁ ବ୍ୟବହାର କରିଥିଲେ। ଏହା ଭିତରେ ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ସମ୍ମିଳନୀ ପାଇଁ ତିଆନଜିନ୍ ପହଁଞ୍ଚିଛନ୍ତି। ସେ ନିଜର ପ୍ରେସିଡେଣ୍ଟିଆଲ୍ କାର ‘Aurus’ ଆଣିଛନ୍ତି ଏବଂ ଏଥିରେ ଯାତ୍ରା କରୁଛନ୍ତି। ଏହି କାରଟି ରୁଷିଆନ୍ ଅଟୋମୋବାଇଲ୍ କମ୍ପାନୀ Aurus Motors ଦ୍ୱାରା ନିର୍ମିତ ଏବଂ ଏହା ରେଟ୍ରୋ-ଷ୍ଟାଇଲ୍ ଲଗଜରୀ ଫିଚର୍ସ ସହିତ ସଜ୍ଜିତ। ଏହି ସମୟ ମଧ୍ୟରେ, ତାଙ୍କ କାରକୁ ଏକ ଚୀନ୍ କୂଟନୈତିଜ୍ଞଙ୍କ ନମ୍ବର ପ୍ଲେଟ୍ ଦିଆଯାଇଛି। ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଲୋଚନା ସମୟରେ ଜିନପିଙ୍ଗ କହିଥିଲେ ଯେ "ଡ୍ରାଗନ୍ ଏବଂ ହାତୀ ଏକାଠି ହେବା ଦରକାର ଓ ବନ୍ଧୁ ହେବା ଉଚିତ।’