ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସରିଲା ଉଚ୍ଚସ୍ତରୀୟ ବୈଠକ: ସେନାକୁ ପୂର୍ଣ୍ଣ କ୍ଷମତା, ସମୟ ଓ ଟାର୍ଗେଟ ସ୍ଥିର କରିବାକୁ ମିଳିଲା ଅନୁମତି

Published By : Harapriya Biswal | April 29, 2025 7:17 PM

ନୂଆଦିଲ୍ଲୀ,୨୯।୪: ଆତଙ୍କବାଦକୁ କଡା ଜବାବ୍ ଦେବା ଆମର ରାଷ୍ଟ୍ରୀୟ ସଂକଳ୍ପ। ଭାରତୀୟ ସେନାର କ୍ଷମତା ଉପରେ ପୁରା ଭରସା ରହିଛି। କେବେ  ଓ କିଭଳି ଆକ୍ସନ ନେବେ ଏଥିପାଇଁ ତିନି ସେନା ମୁଖ୍ୟଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ  ଏଭଳି  କିଛି କହିଛନ୍ତି ପିଏମ୍ ମୋଦି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନେରାଲ ଅନିଲ ଚୌହାନଙ୍କ ସହ ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ସୁରକ୍ଷା ମାମଲାର କ୍ୟାବିନେଟ୍‌ କମିଟିର ବୈଠକର ଦିନକ ପୂର୍ବରୁ ହୋଇଛି। ଯାହାକି ରାଷ୍ଟ୍ରୀୟ ସୁରକ୍ଷା ମାମଲା ଉପରେ ନିଷ୍ପତ୍ତି ନେଉଥିବା ସରକାରଙ୍କ ସର୍ବୋଚ୍ଚ ସଂସ୍ଥା। ପ୍ରାୟ ୧ ଘଣ୍ଟା ଧରି ବୈଠକ ଚାଲିଥିଲା।

କୁହାଯାଉଛି ଯେ, ଏହା ଏକ ବଡ଼ ଆକ୍ସନର ପ୍ରସ୍ତୁତି। ଏହି ବୈଠକ ଗତ ସପ୍ତାହ ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ପରେ ସ୍ଥିତି ଓ ଜମ୍ମୁ-କଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଛି। ବୈଠକରେ ଆକ୍ରମଣର ପରିସ୍ଥିତି, ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ପହଲଗାମ ଆକ୍ରମଣର ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅମରନାଥ ଯାତ୍ରା ଏବଂ ଅନ୍ୟାନ୍ୟ ନାଗରିକ କାର୍ଯ୍ୟକଳାପର ସୁରକ୍ଷାରେ କୌଣସି ତ୍ରୁଟି ନହେବା ନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି। ବିଶେଷଜ୍ଞଙ୍କ ମତରେ ଏହି ବୈଠକରେ ଆତଙ୍କୀ ହମଲା ପରେ ସୁରକ୍ଷାବଳଙ୍କ କାର୍ଯ୍ୟାନୁଷ୍ଠାନ ଓ ଆଗାମୀ ରଣନୀତି ଉପରେ ବିସ୍ତାର ଭାବରେ ଚର୍ଚ୍ଚା ହୋଇଛି। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ଏହା ସହ କହିଛନ୍ତି ଆତଙ୍କବାଦୀଙ୍କୁ ଉଚିତ ଜବାବ୍ ଦିଆଯାଉ। ଆକ୍ରମଣର ଟାର୍ଗେଟ ଏବଂ ସମୟ ଉଭୟ ସେନା ସ୍ଥିର କରୁ।

ଉଲ୍ଲେଖନୀୟ  ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହା ବ୍ୟତୀତ ୨୮ ରୁ  ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ। ଏହାକୁ ଗତ ବର୍ଷଗୁଡ଼ିକରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଆକ୍ରମଣ ପରେ, କାଶ୍ମୀର ଉପତ୍ୟକାରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ଅଛନ୍ତି। ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ଏଥିପାଇଁ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ୍ କରୁଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି। ଏହା ପରେ, ଭାରତ ସରକାର ପାକିସ୍ତାନ ଉପରେ ଅନେକ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.