ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ମଞ୍ଚସ୍ଥ ହେଲା ରାମାୟଣ । ପ୍ରଧାନମନ୍ତ୍ରୀ ମୋଦୀ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ଥାଇ କଳାକାର ମାନେ ରାମାୟଣ ପରିବେଷଣ କରିଥିଲେ। ଏହି ସମୟରେ ଭାରତୀୟ କଳା ଓ ସଂସ୍କୃତିର ଝଲକ ଦେଖିଥିଲେ ପିଏମ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରାମାୟଣ ଏବଂ ଭାରତ ନାଟ୍ୟମ ପରିବେଷଣ କରି ଖୁବ୍ ଗର୍ବ ଅନୁଭବ କରୁଥିବା କହିଛନ୍ତି ଥାଇକଳାକାର ମାନେ । 

ମୋଦି 'X' ରେ ଏକ ପୋଷ୍ଟରେ କହିଛନ୍ତି କି, ଏହା ଏକ ଅନନ୍ୟ ସାଂସ୍କୃତିକ ମିଶ୍ରଣ। ଥାଇ ରାମାୟଣର ଏକ ସୁନ୍ଦର ପରିବେଷଣ ଦେଖିଲି, ରାମାକିଏନ୍। ଏହା ପ୍ରକୃତରେ ଏକ ଚମତ୍କାର ଅଭିଜ୍ଞତା ଥିଲା, ଯାହା ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ସାଂସ୍କୃତିକ ଏବଂ ସଭ୍ୟତା ସମ୍ପର୍କକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରୁଥିଲା। ସେ କହିଛନ୍ତି, 'ରାମାୟଣ ପ୍ରକୃତରେ ଏସିଆର ଅନେକ ଭାଗରେ ହୃଦୟ ଏବଂ ପରମ୍ପରାକୁ ସଂଯୋଗ କରେ।'




ସେ ଆହୁରି ମଧ୍ୟ କହିଛନ୍ତି କି,'ଭାଷା ଏବଂ ପରମ୍ପରାରେ ସଂସ୍କୃତ ଏବଂ ପାଲିର ପ୍ରଭାବ ଏବେ ବି ଦୃଶ୍ୟମାନ। ମୋର ଗସ୍ତ ସମୟରେ ୧୮ ବିଂଶ ଶତାବ୍ଦୀର ରାମାୟଣ ପଟ୍ଟଚିତ୍ର ଉପରେ ଆଧାରିତ ଏକ ସ୍ମାରକୀ ଡାକଟିକଟ ଜାରି କରିବା ପାଇଁ ମୁଁ ଥାଇଲ୍ୟାଣ୍ଡ ସରକାରଙ୍କ ପ୍ରତି କୃତଜ୍ଞ।

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଥାଇଲ୍ୟାଣ୍ଡ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ତାଙ୍କର ଥାଇ ପ୍ରତିପକ୍ଷ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଷଷ୍ଠ ବିମଷ୍ଟେକ ସମ୍ମିଳନୀରେ ଯୋଗଦେବା ପାଇଁ ଦୁଇ ଦିନିଆ ଗସ୍ତରେ ଥାଇଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ 'ବିସ୍ତାରବାଦ' ନୁହେଁ, 'ବିକାଶବାଦ' ନୀତିରେ ବିଶ୍ୱାସ କରେ।

'ଭାରତ ଏବଂ ଥାଇଲ୍ୟାଣ୍ଡର ସମ୍ପର୍କ ଶତାବ୍ଦୀ ପୁରୁଣା। ଏହା ଆମର ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କ ମାଧ୍ୟମରେ ଜଡିତ। ବୌଦ୍ଧ ଧର୍ମର ପ୍ରସାର ଆମ ଲୋକ ମାନଙ୍କୁ ଏକାଠି କରିଛି। ଆୟୁତ୍ୟାରୁ ନାଳନ୍ଦା ପର୍ଯ୍ୟନ୍ତ ବୁଦ୍ଧିଜୀବୀଙ୍କ ଆଦାନପ୍ରଦାନ ହୋଇଛି। ରାମାୟଣର କାହାଣୀ ଥାଇ ଲୋକଙ୍କ ଜୀବନର ଏକ ଅଂଶ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

'