ନୂଆଦିଲ୍ଲୀ,୦୯/୦୪; ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଘନ ଘନ ନିର୍ବାଚନୀ ରାଲି, ରାଜନୈତିକ ବୟାନବାଜି ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି ମେଦିନୀପୁର ଏବଂ ଅସାନସୋଲରେ ନିର୍ବାଚନୀ ରାଲିରେ ସମ୍ବୋଧନ କରିଛନ୍ତି । ରାଜ୍ୟରେ ଶାସିତ ଟିଏମସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ନିର୍ମମ ଟିଏମସି ସରକାର ଯିବା ଆବଶ୍ୟକ । ଦେଶ ବିକାଶ ପଥରେ ଆଗେଇ ଚାଲିଛି । ଟିଏମସି ପାଇଁ ପଶ୍ଚିମବଙ୍ଗ ପଛରେ ପଡିଛି । ପଶ୍ଚିମବଙ୍ଗ ଏବେ ଅନୁପ୍ରେବଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଣ୍ଡିକେଟ୍ ଗୁଣ୍ଡାରାଜ ଚଳାଇଛି ଟିଏମସି । ରାଜ୍ୟରେ ଶାସିତ ସରକାର ପଶ୍ଚିମବଙ୍ଗକୁ ମାଛ ଯୋଗାଇପାରୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ରାଜ୍ୟବାସୀଙ୍କୁ ୬ଟି ପ୍ରତିଶ୍ରୁତି ଦେଇଛନ୍ତି ।
ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବଙ୍ଗଳାରେ, ଟିଏମସିର ପାପର ପାତ୍ର ଶେଷରେ ସରିଗଲା । ବଙ୍ଗଳାରେ ପରବର୍ତ୍ତୀ ସରକାର ଏକ ଡବଲ-ଇଞ୍ଜିନ୍ ସରକାର ହେବ । ମେ ୪ ପରେ, ବଙ୍ଗଳା ବିକାଶର ଏକ ନୂତନ ଯୁଗରେ ପ୍ରବେଶ କରିବ । ବଙ୍ଗଳାର ପ୍ରଗତି ପାଇଁ, ଟିଏମସିରୁ ମୁକ୍ତି ଅପରିହାର୍ଯ୍ୟ। ବଙ୍ଗଳାରେ ପରିବର୍ତ୍ତନ ଏବେ ବାସ୍ତବତାରେ ପରିଣତ ହୋଇଛି । ସମଗ୍ର ଅସାନସୋଲ ଏବେ ପରିବର୍ତ୍ତନ ଚାହୁଁଛି । ସମଗ୍ର ବଙ୍ଗଳା ପରିବର୍ତ୍ତନ ଚାହୁଁଛି । ଏହି ନିର୍ମମ ସରକାରରେ ଅନୁପ୍ରେବଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଣ୍ଡିକେଟ୍ ଗୁଣ୍ଡାରାଜ ଚାଲିଛି । ବିଜେପି ଶାସିତ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି । ପଶ୍ଚିମବଙ୍ଗ ଯୁବପିଢ଼ିଙ୍କୁ ଡବଲ୍ ଧୋକା ଦେଇଛି ଟିଏମସି । ଯୁବପିଢ଼ିଙ୍କୁ ଘରୋଇ କମ୍ପାନୀରେ ଚାକିରି ମିଳୁନି । ଯୁବପିଢିଙ୍କ ସ୍ବପ୍ନ ସତ ହେବାକୁ ଦେଇନି ଟିଏମସି ।''
#WATCH | Purba Medinipur, West Bengal: While addressing a public gathering, Prime Minister Narendra Modi says, "Bengal's best interest does not lie in animosity towards the Prime Minister; rather, the people stand to gain the most if both the Prime Minister and the Chief Minister… pic.twitter.com/YlMvGIq8O7
— ANI (@ANI) April 9, 2026
#WATCH | Asansol: West Bengal: While addressing a public gathering, Prime Minister Narendra Modi says, "Change in Bengal has now become an indelible reality. The entirety of Asansol now desires change. All of Bengal desires change... This resounding echo will travel from here all… pic.twitter.com/pvSKmIvY7m
— ANI (@ANI) April 9, 2026
ପଶ୍ଚିମବଙ୍ଗଙ୍କୁ ପିଏମଙ୍କ ଗ୍ୟାରେଣ୍ଟି
୧. ବିଜେପି ସରକାର ଏହି ଭୟର ବାତାବରଣକୁ ବିଶ୍ୱାସରେ ବଦଳାଇବ । ଆଇନର ଶାସନ ପ୍ରତି ବିଶ୍ୱାସ ଫେରାଇ ଆଣିବ ।
୨. ବିଜେପି ସରକାର ଅଧୀନରେ, ପ୍ରଶାସନିକ ଯନ୍ତ୍ରପାତି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବ ।
୩. ଘୋଟାଲା, ଦୁର୍ନୀତି, ଆମର ଝିଅମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ଦୁଷ୍କର୍ମ ମାମଲାର ଫାଇଲ ପୁଣି ଥରେ ଖୋଲାଯିବ।
୪. ଟିଏମସିର ଶାସନ ଅଧୀନରେ, ଯିଏ ଦୁର୍ନୀତିରେ ଲିପ୍ତ ଅଛି ସେ ଜେଲରେ ଅଛି । ମନ୍ତ୍ରୀ ହୁଅନ୍ତୁ କିମ୍ବା ଚୌକିଦାର, ଆଇନ ସମସ୍ତଙ୍କୁ ଜବାବ ଦେବ । ଟିଏମସିର କୌଣସି ଗୁଣ୍ଡା ଆଇନରୁ ଖସି ଯାଇପାରିବେ ନାହିଁ ।
୫. ଶରଣାର୍ଥୀଙ୍କୁ ସମ୍ବିଧାନ ଦ୍ୱାରା ନିଶ୍ଚିତ ସମସ୍ତ ଅଧିକାର ଏବଂ ସୁବିଧା ପ୍ରଦାନ କରାଯିବ । ଅନୁପ୍ରବେଶକାରୀଙ୍କୁ ବାହାର କରିଦିଆଯିବ ।
୬. ଏଠାରେ ବିଜେପି ସରକାର ଗଠନ ହେବା ମାତ୍ରେ, ଆମେ ସପ୍ତମ ବେତନ କମିଶନ ଲାଗୁ କରିବୁ ।
ଏହା ବି ପଢନ୍ତୁ...ନିର୍ବାଚନ ଭିତରେ ପୁଡୁଚେରୀ ସିଏମ୍ଙ୍କ ଗଜବ ଷ୍ଟାଇଲ୍, ବାଇକରେ ପୁଲିଂ ବୁଥରୁ ବାହାରିଲେ
ବଙ୍ଗଳା ବିଧାନସଭା ନିର୍ବାଚନରେ ମାଛ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହେଉଛି । ଗୋଟିଏ ପଟେ, ଟିଏମସି ବିଜେପିକୁ ଏକ ବଙ୍ଗଳା ବିରୋଧୀ ଦଳ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଛି, ବିଜେପି ଜିତିଲେ ମାଂସ ଏବଂ ମାଛ ଖାଇବାକୁ ନିଷେଧ କରିବାକୁ ଧମକ ଦେଉଛି । ଏହି ସମୟରେ, ବିଜେପି ଏହାର ମୁକାବିଲା ପାଇଁ "ମାଛ ପ୍ରେମୀ" ରଣନୀତି ଗ୍ରହଣ କରିଛି । ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବଙ୍ଗଳାରେ ଅନୁପ୍ରବେଶ କାରଖାନା ବୃଦ୍ଧି ପାଇଛି। ମମତା ବାନାର୍ଜୀ ସରକାର ଯୁବକମାନଙ୍କ ସ୍ୱପ୍ନକୁ ଭାଙ୍ଗିଛି । ଟିଏମସି ଏବେ ବଙ୍ଗଳାକୁ ମାଛ ଯୋଗାଇ ପାରୁନାହିଁ, ମାଛ ଉତ୍ପାଦନ ହ୍ରାସ ପାଇଛି । ବିହାରରେ ମାଛ ଉତ୍ପାଦନ ଦ୍ୱିଗୁଣିତ ହୋଇଛି କାରଣ ବିଜେପି ମତ୍ସ୍ୟଜୀବୀଙ୍କ ପାଇଁ ବହୁତ କାମ କରିଛି । ବିଜେପି ମତ୍ସ୍ୟଚାଷୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇ ଦେଇଛି । ଏଠାରେ ବିଜେପି ସରକାର ଗଠନ ହେବା ପରେ, ପ୍ରତ୍ୟେକ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ ଦ୍ରୁତ ଗତି ଏବଂ ଦକ୍ଷତା ସହିତ କାର୍ଯ୍ୟକାରୀ ହେବ । "