ନୂଆଦିଲ୍ଲୀ,୦୯/୦୪; ଦେଶର ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେଉଛି । ଏହି ତିନୋଟି ରାଜ୍ୟରେ ମୋଟ ୨୯୬ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେଉଛି । ଏହା ସହିତ, ପ୍ରାର୍ଥୀଙ୍କ ଭାଗ୍ୟ ଏଭିଏମରେ ସିଲ୍ ହୋଇଯିବ । ନିର୍ବାଚନ ଚାଲିଥିବା ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସାଧାରଣ ପରିପାଟି ପାଇଁ ଚର୍ଚ୍ଚାରେ ରହିଆସୁଥିବା ପୁଡୁଚେରୀ ମୁଖ୍ୟମନ୍ତ୍ରୀ ତଥା ମଙ୍ଗଲମରୁ କଂଗ୍ରେସ ପ୍ରାର୍ଥୀ ଏନ ରଙ୍ଗାସ୍ୱାମୀ ପୁଲିଂ ବୁଥରୁ ବାଇକରେ ବାହାରଥିବା ଦେଖିବାକୁ ମିଳିଛି ।
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ବିଧାନସଭା ଆସନରେ ମଧ୍ୟ ଭୋଟିଂ ହେଉଛି । ସେଠାରେ ପ୍ରାୟ ୯.୫ ଲକ୍ଷ ଭୋଟର ୨୯୪ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେହି ଭୋଟରଙ୍କ ମଧ୍ୟରେ ୪.୪୩ ଲକ୍ଷ ପୁରୁଷ, ୫ ଲକ୍ଷ ମହିଳା ଏବଂ ୧୩୯ ଜଣ ତୃତୀୟ ଲିଙ୍ଗୀ ସାମିଲ ଅଛନ୍ତି । ୨୦୨୧ରେ ହୋଇଥିବା ପୂର୍ବଥର ନିର୍ବାଚନ ସମୟରେ ଏଆଇଏନ୍ଆରସି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସେଠାରେ ସରକାର ଗଠନ କରିଥିଲା । ଏଥିସହ ଏନ୍ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଏହା ବି ପଢନ୍ତୁ...ବିଧାନସଭା ନିର୍ବାଚନ ଅପଡେଟ୍ : ଦିନ ୧୧ଟା ସୁଦ୍ଧା ଆସାମରେ ୩୯% ମତଦାନ, କେରଳ ଓ ପୁଡୁଚେରୀରେ ବି ୩୦%ରୁ ଅଧିକ ଭୋଟିଂ
#WATCH | Puducherry CM and All India NR Congress (AINRC) candidate from Mangalam and Thattanchavady assembly constituency, N Rangaswamy, leaves on his bike after casting his vote for the Puducherry Assembly Elections. pic.twitter.com/6X7TJFanED
— ANI (@ANI) April 9, 2026
ଆସାମରେ ୧୨୬, କେରଳରେ ୧୪୦ ଏବଂ ପୁଡୁଚେରୀରେ ୩୦ ଆସନ ପାଇଁ ଭୋଟିଂ ହେଉଛି । ଆସାମରେ ୧୨୬ ଆସନ ପାଇଁ ୭୨୨ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଏଠାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୬୪ । ଭୋଟ ଗଣତି ମେ ୪ ରେ ହେବ । ଫଳାଫଳ ସେହି ଦିନ ଘୋଷଣା କରାଯିବ । ଏବେ, ସମସ୍ତଙ୍କ ନଜର ଭୋଟ ପ୍ରତିଶତ ଏବଂ ନିର୍ବାଚନ ଫଳାଫଳ ଉପରେ । ପୂର୍ବାହ୍ନ ୧୧ଟା ସୁଦ୍ଧା ଆସିଥିବା ଭୋଟିଂ ପ୍ରତିଶତ ଅନୁସାରେ କେରଳରେ ୩୮%, ଆସାମରେ ୩୩% ଓ ପୁଡ଼ୁଚେରୀରେ ୩୭% ଭୋଟିଂ ହୋଇଛି ।