ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଜୋରଦାର ନିର୍ବାଚନୀ ରାଲି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ଝାଲମୁଡ଼ିର ଆନନ୍ଦ ନେଲେ। ପୁରୁଲିଆ, ଝାଡ଼ଗ୍ରାମ୍ , ମେଦିନିପୁର ଓ ବିଷ୍ଣୁପୁରରେ ଲଗାତାର ଚାରୋଟି ରାଲି ପରେ, ସେ ଝାଡ଼ଗ୍ରାମରେ ଏକ ଛୋଟିଆ ଦୋକାନ ନିକଟରେ ରହି ଥିଲେ, ଯେଉଁଥିରେ ସେ ଝାଲମୁଡ଼ି ଖାଇ ଓ ନିକଟରେ ଥିବା ଲୋକଙ୍କୁ ମଧ୍ୟ ଏହି ଜଳଖିଆ ବାଣ୍ଟି ଥିଲେ।

ଏହି ସମୟରେ ପିଏମ୍ ମୋଦିଙ୍କ ଏହି ସହଜ ଅନ୍ଦାଜ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଦୋକାନରେ ଥିବା ଲୁଣ ଓ ଭଜା ମୁଢିରେ ଭରା କଣ୍ଟେନର ମଧ୍ୟରେ ତାଙ୍କର ରହିବା ଖବର ବ୍ୟାପିଗଲା , ତୁରନ୍ତ ସେଠାରେ ଭିଡ଼ ଜମିଗଲା। ନିକଟରେ ଥିବା ଲୋକେ ଉତ୍ସାହର ସହ ଏହି କ୍ଷଣକୁ ଦେଖୁ ଥିବାର ନଜର ଆସି ଥିଲା ଏବଂ ଅନେକ ଲୋକ ନିଜର ମୋବାଇଲ ଫୋନ୍ରେ ଫଟୋ ଓ ଭିଡ଼ିଓ କରିବାର ଦେଖିବାକୁ ମିଳିଥିଲା।

ପିଏମ୍ ମୋଦି ଏହି କ୍ଷଣର ଝଲକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି , ପଶ୍ଚିମବଙ୍ଗରେ ବ୍ୟସ୍ତ ରବିବାର ମଧ୍ୟରେ ଚାରୋଟି ରାଲି ବେଳେ ଝାଡ଼ଗ୍ରାମରେ ସ୍ୱାଦିଷ୍ଟ ଝାଲମୁଢିର ଆନନ୍ଦ ନେଲି। ଏହି ସମୟରେ ମୋଦି ନିଜର ପାରମ୍ପରିକ ପରିଧାନ ( ଧଳା କୁର୍ତ୍ତା , ନୀଳ ଜ୍ୟାକେଟ୍ ଓ ବିଜେପିର ପ୍ରତୀକ କମଲ ଥିବ ନାଲି ଗାମୁଛା )ରେ ନଜର ଆସି ଥିଲେ।

ଭିଡ଼ିଓରେ ନଜର ଆସୁଛି ଯେ, ପିଏମ୍ ମୋଦି ଦୋକାନରେ ପହଞ୍ଚୁଛନ୍ତି ଏବଂ କହୁଛନ୍ତି ,ଭାଇ ଆମକୁ ନିଜର ଝାଲମୁଢି ଖୁଆଅ। କେତେ ଦାମ୍ ? ଭଲଟା କେତେ ଦାମ୍ ? ଦୋକାନୀ ଉତ୍ତର ଦେଇ କୁହନ୍ତି , ୧୦ ଟଙ୍କା। ପିଏମ୍ ମୋଦି କୁହନ୍ତି ,ଯାହା ବି ହେଉ ତାକୁ କରି ଦିଅ। ପ୍ରଧାନମନ୍ତ୍ରୀ ତାଙ୍କୁ ୧୦ ଟଙ୍କା ଦିଅନ୍ତି ,ହେଲେ ଦୋକାନୀ ନେବାକୁ ମନା କରନ୍ତି ଏବଂ ଶେଷରେ ତାଙ୍କର କହିବାନୁସାରେ ନୋଟ୍ ରଖନ୍ତି। ଏହାପରେ ସେ ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ଝାଲମୁଢି ଖୁଆନ୍ତି।