କଟକ, ୨୬/୦୫ : ପୁଲିସ ପାଟ୍ରୋଲିଂ ଗାଡିକୁ ଢେଲାମାଡ଼। ରବିବାର ରାତିରେ କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାନୁଯାୟୀ, ରବିବାର ରାତିରେ ବୈଦେଶ୍ୱର ପୁଲିସ କାଳିପୋଇ ପଞ୍ଚାୟତର ଚଡେଇବନ୍ଧ ଗ୍ରାମରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ କିଛି ଯୁବକ ପୁଲିସ ଭ୍ୟାନ୍କୁ ଢେଲାମାଡ଼ କରିଥିଲେ। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଦନେଇ ସାହୁ।