କଟକ, ୨୯/୦୫: ‘ବିଜେଡିର କିଛି ନେତାଙ୍କ ଲାଗି ଫସିଗଲି । ୨ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇଲେ ଦେଲେ’ । ଚିଟଫଣ୍ଡ୍ କେସ୍ କଥା ଉଠାଇ ନିଜ ଦଳୀୟ ନେତାଙ୍କ ନାଁ ବିସ୍ଫୋରକ ବୟାନ ଦେଲେ କଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ । ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସରକାର ଥିବା ବେଳେ ୨ଜଣ ପୂର୍ବତନ ମନ୍ତ୍ରୀ ତାଙ୍କୁ ଫସାଇ ଦେଇଛନ୍ତି । ଚୋରି କିଏ କଲା ହେଲେ ମୋ ମୁଣ୍ଡରେ ଅଠା ବୋଳା ହେଲା । ଯାହାଦ୍ବାରା ମୋର ପଲିଟିକାଲ୍ କ୍ୟାରିୟର ପ୍ରଭାବିତ ହୋଇଛି ।
ପ୍ରଭାତ ବିଶ୍ବାଳ ଆହୁରି ମଧ୍ୟ କହିଛନ୍ତି, ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ରହିଛି, ସତ୍ୟ ଧର୍ମର ଜୟ ହେବ । କେବଳ ଏତିକି ନୁହେଁ ବରଂ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି ପ୍ରଭାତ ବିଶ୍ୱାଳ। ପ୍ୟାରୀ ବାବୁ ବିଜେଡିକୁ ମଜବୁତ୍ କରିଥିଲେ, ତେବେ ବିଜେଡି ଦୀର୍ଘ ବର୍ଷ ଶାସନରେ ରହିବା କାରଣରୁ ସରକାର ବିରୋଧରେ ସ୍ରୋତ ବହିବା ଆରମ୍ଭ ହୋଇଥିଲା । ଯାହା ବିଜେଡି ପରାଜୟର କାରଣ ହେଲା ବୋଲି କହିଛନ୍ତି, ଚୌଦ୍ୱାର କଟକର ପୂର୍ବତନ ବିଧାୟକ ତଥା ବିଜେଡର ଭେଟେରାନ ପ୍ରଭାତ ରଞ୍ଜନ ବିଶ୍ୱାଳ କହିଛନ୍ତି ।