ଭୁବନେଶ୍ବର,୩୦।୬ : ଫେବ୍ରୁଆରୀ ୨୦୨୭ରେ ୨ୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ। ଏଥିପାଇଁ ପ୍ରି ଟେଷ୍ଟ ଆରମ୍ଭ ହେବ। ଜୁଲାଇ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରି ଟେଷ୍ଟ ଆରମ୍ଭ ହେବ । ଏଥିପାଇଁ ପ୍ରି ଟେଷ୍ଟ ମୟୁରଭଞ୍ଜ ଓ ଭୁବନେଶ୍ୱରରୁ ଆରମ୍ଭ କରାଯିବ ବୋଲି ରାଜ୍ୟ ଜନ ଗଣନା ନିର୍ଦେଶାଳୟର ନିର୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ଜନ ଗଣନା ପାଇଁ ଏପ୍ରିଲ ୧ରେ ସେଲ୍ଫ ରେମୁନେରସନ ଆରମ୍ଭ ହୋଇଥିଲା। ମେ ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଜନଗଣନା ଶେଷ ହେଲା। ତା ପରେ ମ୍ୟାପିଂ ସରିଛି। ଏବେ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ହ୍ୟାଣ୍ଡ ବୁକ କାମ ଚାଲିଛି। ଫେବ୍ରୁଆରୀ ୨୦୨୭ରେ ୨ୟ ପର୍ଯ୍ୟୟ ଜନଗଣନା ଆରମ୍ଭ ହେବ। ସେଥିପାଇଁ ଏବେ ପ୍ରସ୍ତୁତ ଆରମ୍ଭ ହୋଇଛି। ଏଥିପାଇଁ ପ୍ରି ଟେଷ୍ଟ ଆରମ୍ଭ ହେବ। ଏଥିପାଇଁ ପ୍ରି ଟେଷ୍ଟ ମୟୁରଭଞ୍ଜ ଓ ଭୁବନେଶ୍ୱର ଏହାକୁ ଆରମ୍ଭ କରାଯିବ। ଫେଜ ୨ରେ ଯେଉଁ ପ୍ରଶ୍ନ , ମୋବାଇଲ ଆପ ଓ ଲୋକଙ୍କ ଫିଡ଼ ବ୍ୟାକ ପାଇଁ ଏହାକୁ କାରାଯାଇବ। ୨୦ ଦିନ ପ୍ରି ଟେଷ୍ଟ ହେବ। ୧୦ରୁ ୧୫ହଜାର ଲୋକଙ୍କୁ ନେଇ ପ୍ରି ଟେଷ୍ଟ ହେବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଗଷ୍ଟ ମାସରୁ ଅକ୍ଟୋବର ମଧ୍ୟରେ ଟ୍ରେନିଂ ହେବ। ସେତେବେଳେ ସ୍କୁଲ ଖୋଲା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବୁ। ଏଥିପାଇଁ ଅଧିକ ଶିକ୍ଷକ ନିୟୋଜିତ ହେବେ। ୟୁନିଟ ବ୍ଳକକୁ ବଢ଼ାଯିବ ବୋଲି ନିଖିଲ ପବନ କଲ୍ୟାଣ କହିଛନ୍ତି।