ଶ୍ରୀନଗର: ଆତଙ୍କ ସମୟରେ କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ବେଳେ ସରଲା ଭଟ୍ଟଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଥିଲା। ୩୫ ବର୍ଷ ପରେ ଜମ୍ମୁ-କାଶ୍ମୀରର ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି ଏହି କେସରେ ୭୩୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ନୃଂଶସ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ମଧ୍ୟରେ ଜେକେଏଲଏଫ୍ ଚିଫ୍ ୟାସିନ ମଲିକ ମଧ୍ୟ ଅଭିଯୁକ୍ତ। ମଲିକ ଏବେ ଦ୍ୱିତୀୟ ମାମଲାରେ ନ୍ୟାୟିକ ହେପାଜତରେ ଅଛି, ଆଉ ଚାରି ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ସାରିଛି।
ସରଲା ଭଟ୍ଟଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲେ –
୧୯୯୦ ମସିହାରେ ଜେକେଏଲଏଫ୍ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ୍ କରିବାର ବଡ଼ ଆତଙ୍କୀ ଅଭିଯାନ ଚଳେଇ ଥିଲା। ଜେକେଏଲଏଫର ଆତଙ୍କବାଦୀ ମାନେ ୧୮ ଅପ୍ରେଲ ୧୯୯୦ ରେ ଶେର-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ନିକଟରେ ସରଲା ଭଟ୍ଟଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କ ସହ ଏମିତି ଅମାନୁଷିକକାଣ୍ଡ କରି ଥିଲେ। ଯାହାକୁ ଆଜି ବି କାଶ୍ମୀରରେ ବ୍ୟାପି ଥିବା ଆତଙ୍କବାଦ କଳା ଅଧ୍ୟାୟର ଅଂଶ ଭାବେ ମନେକରାଯାଏ। ସରଲା ଭଟ୍ଟଙ୍କ ସହ ରେପ୍ ଓ ମାରପିଟି କରାଯାଇ ଥିଲା। ପରେ ତାଙ୍କୁ ଶ୍ରୀନଗରର ଉମର କଲୋନି , ମାଲବାଗରେ ଗୁଳି କରାଯାଇ ଥିଲା। ଏହାପର ଠାରୁ ଦୁଇ ଦଶକ ଯାଏ ଜମ୍ମୁ-କାଶ୍ମୀରରେ ଆତଙ୍କବାଦର ତାଣ୍ଡବ ଚାଲିଲା ଏବଂ ସରଲା ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ ଫାଇଲ ଗୁଡ଼ିକରେ ଅଟକି ରହିଲା। ଆତଙ୍କବାଦୀଙ୍କ ଭୟରେ ଅନ୍ୟ ବଡ଼ ବଡ଼ ଘଟଣା ପରି ଏହି କେସରେ ମଧ୍ୟ ସାକ୍ଷୀମାନେ ନିରବ ରହିଲେ।
କାଶ୍ମୀରରେ ସ୍ଥିତି ସାଧାରଣ ହେବା ପରେ ଇନଭେଷ୍ଟିଗେସନ ଏଜେନ୍ସି (ଏସଆଇଏ) ସରଲା ଭଟ୍ଟ ରେପ୍-ମର୍ଡର କେସର ଫାଇଲ ପୁଣି ଖୋଲିଲା। ଯାଞ୍ଚ ଟିମ୍ ତିନି ଦଶନ୍ଧି ଧରି ମଳିନ ପଡ଼ିଥିବା ପ୍ରମାଣକୁ ଫରେନ୍ସିକ ଯାଞ୍ଚ ମାଧ୍ୟମରେ ପୁଣି ଥରେ ଜମା କଲା। ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରାଗଲା। ଇଲେକ୍ଟ୍ରନିକ ପ୍ରମାଣ ଓ ଗ୍ରାଉଣ୍ଡରେ ତଦନ୍ତ ବ୍ୟଥୀତ ମେଡିକାଲ ପ୍ରମାଣ ଗୁଡ଼ିକ ଅତି ସୂକ୍ଷ୍ମ ବିଶ୍ଳେଷଣ କରାଗଲା। ଏହି ଆଧାରରେ ୭୩୭ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରାଗଲା।
ଚାର୍ଜସିଟରେ ଜେକେଏଲଏଫର ତତ୍କାଳୀନ କମାଣ୍ଡର ମହମ୍ମଦ ୟାସିନ ମଲିକ, ଖୁର୍ଶିଦ ଅହମଦ ଚାଳକୁ , ଅବଦୁଲ ହାମିଦ ଶେଖ , ମହମ୍ମଦ ୟୁସୁଫ ସୁଫି ଓରଫ ଇଦରିସ ଓ ଗୁଲାମ ମହମ୍ମଦ ଟପଲୁଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ତଦନ୍ତରେ ସରଲା ଭଟ୍ଟଙ୍କ ଅପହରଣ ଓ ହତ୍ୟା କରିବାରେ ସେମାନଙ୍କ ଭୂମିକା ବିଷୟରେ ଜଣା ପଡ଼ିଲା। ୩୫ ବର୍ଷ ମଧ୍ୟରେ ଅବଦୁଲ ହାମିଲ ଶେଖ , ମହମ୍ମଦ ୟୁସୁଫ ସୁଫି ଓରଫ ଇଦରିସ ଓ ଗୁଲାମ ମହମ୍ମଦ ଟପୁଲଙ୍କ ମୃତ୍ୟୁ ହୋଇ ସାରିଛି। ମହମ୍ମଦ ୟାସିନ ମଲିକ ଏବେ ଏନଆଇଏର ହେପାଜତରେ ଅଛି।
ଆହୁରି ମଧ୍ୟ ପଢନ୍ତୁ : Ram Mandir Donation Dispute : ରାମ ମନ୍ଦିର ଦାନ ଅର୍ଥ ହଡ଼ପ ବିବାଦ , ଭାରତରେ କେଉଁ ମନ୍ଦିରର ଡୋନେସନ ସିଷ୍ଟମ ସବୁଠୁ ଭଲ ?