ନୀଳଗିରି,୩/୨ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାଲେଶ୍ୱର ଫକୀର ମୋହନ ବିଶ୍ବବିଦ୍ୟାଳୟ ଗସ୍ତରେ ଆସିଥିବାବେଳେ କାରକେଡରୁ ଓହ୍ଲାଇ ଟିକେ ଅଟକି ଯାଇଥିଲେ । ପରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ଏକ କୁନି ଛାତ୍ରୀ ପାଖରେ ଅଟକିଯାଇ ପାଖରେ ରଖିଥିବା ଚକୋଲେଟ୍ ତାଙ୍କୁ ଦେଇଥିଲେ ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି କଦମ୍ବସାହି ଗ୍ରାମର ବଳରାମ ବାରିକ ଫକୀରମୋହନ ବିଶ୍ବ ବିଦ୍ୟାଳୟରେ ଜର୍ଣ୍ଣାଲିଜିମ ଶେଷ ବର୍ଷର ଛାତ୍ର । ସେ ତାଙ୍କ କୁନି ଝିଅ ଦିଖସୀତାଙ୍କୁ ନେଇ ଆସିଥିଲେ । ଅଡ଼ିଟୋରିୟମ ପାଖରେ ଛିଡ଼ା ହୋଇଥିବାବେଳେ ରାଷ୍ଟ୍ରପତି ଅଟକିଯାଇ ତାଙ୍କ ଝିଅକୁ ଚକୋଲେଟ ଦେଇ ଅଧିକ ଚକୋଲେଟ୍ ଖାଇବାକୁ ବାରଣ କରିଥିଲେ । ଚକଲେଟ ପାଇ କୁନି ଝିଅ ଯେତିକି ଖୁସି ହୋଇଛନ୍ତି ତାଙ୍କଠାରୁ ଅଧିକ ଖୁସି ହୋଇଛନ୍ତି ତାଙ୍କ ବାପା ମାଆ । ସୂଚନାଯୋଗ୍ୟ ଦିକ୍ଷସୀତା ନୀଳଗିରି ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିବାବେଳେ ବଳରାମ ବାରିକ ଓ ଗୀତାଞ୍ଜଳୀଙ୍କ କନ୍ୟା।