ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

"ଉତ୍କର୍ଷ ଓଡ଼ିଶା'ରେ ଦେଢ଼ ଘଣ୍ଟା ରହିବେ ମୋଦି, ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ଟ୍ରାଫିକ୍‌ କଟକଣା

Published By : Prameya | January 28, 2025 8:42 AM

ଭୁବନେଶ୍ୱର,୨୮/୦୧: ଆଜିି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିଜୁ ପଟ୍ଟନାୟକ  ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧା ଜନତା  ମଇଦାନ ସମ୍ମିଳନୀ ସ୍ଥଳକୁ ଯିବେ । ସେଠାରେ  ଉର୍ତ୍କଷ ଓଡ଼ିଶାର ଉଦ୍‌ଘାଟନ କରିବେ । ପ୍ରାୟ  ଦେଢ଼ ଘଣ୍ଟାର ରହଣି ପରେ ବିମାନବନ୍ଦରରେ ପହଞ୍ଚି ଡେରାଡୁନ ଅଭିମୁଖେ ବାହାରିବେ ।  

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପୁଲିସ  ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି । ସକାଳ  ୧୦ଟା ୨୫ ମିନିଟ୍‌ରୁ ୧୧ଟା ୧୦ ମିନିଟ୍‌ ଯାଏ  ଏୟାରପୋର୍ଟରୁ କ୍ୟାପିଟାଲ ହସ୍ପିଟାଲ, ଏଜି, ରାଜଭବନ ଗୋଲେଇ, ପାୱାର ହାଉସ୍‌, ୧୨୦  ବାଟାଲିୟନ, ବେହେରା ସାହି, ଜୟଦେବବିହାର, ଜାଭିୟର ଓ ନାଲ୍‌କୋ ଛକ ଯାଏ ଗାଡି ମୋଟର ଯା’ଆସ କରିପାରିବନି । 

ମଙ୍ଗଳବାର ସକାଳ  ୧୦ଟା ୩୫ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର  ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିବେ  ମୋଦି । ବିମାନବନ୍ଦରରୁ ସ୍ୱତନ୍ତ୍ର କାର୍‌କେଡ୍‌ ଯୋଗେ ସିଧା ଜନତା ମଇଦାନକୁ ଯିବେ । ସେଠାରେ ପୂର୍ବାହ୍ଣ ୧୧ଟାରେ ସମ୍ମିଳନୀକୁ  ଉଦ୍‌ଘାଟନ କରିବେ । ଜନତା ମଇଦାନରୁ  ବିମାନବନ୍ଦରକୁ ଫେରିବା ପାଇଁ ଉପରୋକ୍ତ ରୁଟ୍‌କୁ  ଅପରାହ୍ଣ ୧୨ଟା ୨୦ ମିନିଟ୍‌ରୁ ୧ଟା ୫ ମିନିଟ୍‌  ଯାଏ ବନ୍ଦ ରଖାଯିବ । ମୋଦି ବିମାନବନ୍ଦରରେ  ପହଞ୍ଚିବା ପରେ ୧୨ଟା ୫୫ ମିନିଟ୍‌ରେ ସ୍ୱତନ୍ତ୍ର  ବିମାନ ଯୋଗେ ଡେରାଡୁନ୍‌ ଅଭିମୁଖେ ଯିବେ ।  

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୋମବାର ପୁଲିସ  ପକ୍ଷରୁ କାରକେଡ୍‌ ରିହର୍ସାଲ ସରିଯାଇଛି । ମଧ୍ୟାହ୍ନ  ୧୨ଟା ୩୦ରେ ବିମାନବନ୍ଦର କାର୍ଗୋ ଗେଟ୍‌ ସାମ୍ନାରୁ  କାରକେଡ୍‌ ବାହାରିଥିଲା । କାରକେଡ୍‌ରେ ସାମିଲ୍‌  ସମସ୍ତ ଭ୍ୟାନ୍‌ ଉପରୋକ୍ତ ରୁଟ୍‌ ଦେଇ ଜନତା  ମଇଦାନ ଅଭିମୁଖେ ଯାଇଥିଲା । ସେଠାରେ  କିଛି ସମୟ ରହଣି ପରେ ପୁଣି ବିମାନବନ୍ଦରକୁ  ଫେରିଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ  ନିୟୋଜିତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌  (ଏସ୍‌ପିଜି) କାରକେଡ୍‌ ରିହର୍ସାଲରେ ଉପସ୍ଥିତ  ଥିଲେ । ସେମାନେ ଉପରୋକ୍ତ ରୁଟ୍‌ ଓ ସମ୍ମିଳନୀ  ସ୍ଥଳର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।  

ଜଗିବେ ୪୦୦ ପୁଲିସ ଅଧିକାରୀ 

ଡିସିପି ପିନାକ ମିଶ୍ର କହିଛନ୍ତି, ଉତ୍କର୍ଷ ଓଡିଶାର ସୁରକ୍ଷା ପାଇଁ ସହରରେ ମୋଟ ୬୦ ପ୍ଲାଟୁନ୍‌  ପୁଲିସ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି  ୪୦୦ରୁ ଅଧିକ ପୁଲିସ ଅଧିକାରୀଙ୍କ ମୁଣ୍ଡରେ  ସୁରକ୍ଷା ବ୍ୟବସ୍ଥା ନ୍ୟସ୍ତ ରହିବ । ସମ୍ମିଳନୀକୁ  ଆସିଥିବା ଶିଳ୍ପପତି ଓ ଅନ୍ୟ ବ୍ୟକ୍ତିବିଶେଷମାନେ  ଯେଉଁ ତାରକା ହୋଟେଲରେ ରହୁଛନ୍ତି, ସେଠାରେ  ବ୍ୟାପକ ମାତ୍ରାରେ ପୁଲିସ ଜଗିବେ ।  

ସମ୍ମିଳନୀ ସ୍ଥଳ ନୋ ଫ୍ଲାଇଂ ଜୋନ୍‌ 

ବିମାନବନ୍ଦରରୁ ରାଜଭବନ ଦେଇ ଜନତା  ମଇଦାନ ଯାଏଁ ରାସ୍ତାକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି । ଏହାସହ ସମ୍ମିଳନୀସ୍ଥଳରେ କୌଣସି ଡ୍ରୋନ୍‌ ଉଡି଼ପାରିବନି ବୋଲି  ପୁଲିସ ଚେତାଇଛି । ଉପରୋକ୍ତ ରୁଟ୍‌ରେ  ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌ ଯିବା ବେଳେ  ଗଣମାଧ୍ୟମ ପ୍ରତିନିଧି ଲାଇଭ୍‌ କଭରେଜ୍‌  କରିପାରିବେନି ବୋଲି ପୁଲିସ ସୂଚାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.