ପ୍ରମୁଖ ଖବର
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମାୟାନଗରୀରେ ପୃଥ୍ୱୀ ଶ’ଙ୍କ ସ୍ୱପ୍ନର ଘର, ୧୬.୫ କୋଟିରେ କିଣିଲେ

ମୁମ୍ବାଇ,୧୩/୦୪: ଭଲ ଘରେ ରହିବା, ଭଲ ଗାଡ଼ି ଚଢ଼ିବା ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ଏହି ସ୍ୱପ୍ନ ସବୁ କାହାର ପୂରଣ ହୁଏତ ଆଉ କାହାର ଅଧୂରା  ରହିଯାଏ । କ୍ରିକେଟର ପୃଥ୍ୱୀ ଶ’ ନିଜ  ସ୍ୱପ୍ନର ଘର କିଣିଛନ୍ତି । ଯାହାର ଫଟୋ ସେ  ସୋସିଆଲ ମିଡିଆରେ ସେୟାର କରିଛନ୍ତି । 




ପୃଥ୍ୱୀଙ୍କ ପ୍ରାରମ୍ଭିକ ଖେଳ ଜୀବନ ବେଶ ଚମକପ୍ରଦ ଥିଲା । ଜଣେ ବିସ୍ମୟ ଖେଳାଳି ଭାବେ ତାଙ୍କର ଆବିର୍ଭାବ  ଘଟିଥିଲା । କିନ୍ତୁ ପରେ ଦୁର୍ବଳ ଫର୍ମ ଏବଂ ଆହତ ହେବା ଯୋଗୁ ଅନ୍ତର୍ଜାତୀୟ  କ୍ରିକେଟରେ ନିଜକୁ ପ୍ରତିଷ୍ଠିତ କରିପାରି ନାହାନ୍ତି । ହେଲେ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ସେ ଆଇପିଏଲରେ ବେଶ ସକ୍ରିୟ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ  ତାଙ୍କୁ ୨୦୨୨ରୁ ୭୫,୦୦୦,୦୦୦ ଟଙ୍କା  ଦରମା ଦେଉଛି । ୨୦୧୮ରୁ ଏ ପର୍ଯ୍ୟନ୍ତ  ସେ ଆଇପିଏଲରୁ ୧୯୮,୦୦୦,୦୦୦  ଟଙ୍କା ରୋଜଗାର କରିଛନ୍ତି । 

ମୁମ୍ବାଇର ବାନ୍ଦ୍ରାରେ ପୃଥ୍ୱୀ ଘର  କିଣିଛନ୍ତି । ଯାହାର ମୂଲ୍ୟ ୧୬.୫ କୋଟି  ଟଙ୍କା ବୋଲି ଜଣା ପଡ଼ିଛି । ଘରଟି  ବେଶ ବିଳାସପୂର୍ଣ୍ଣ ହୋଇଛି । ପୃଥ୍ୱୀଙ୍କ  ଜନ୍ମ ଏକ ସାଧାରଣ ପରିବାରରେ ।  ପିଲା ଦିନ ବେଶ ଅଭାବ ଅନଟନରେ  ବିତିଥିଲା । ଏବେ ତାଙ୍କ ପାଖରେ ଦାମୀ  ଗାଡ଼ି ସାଙ୍ଗକୁ ନୂଆ ଘର ବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.