ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ

Published By : Anindita Ratha | November 28, 2024 12:25 PM

ନୂଆଦିଲ୍ଲୀ,୨୮/୧୧: ଲୋକସଭା ସାଂସଦ ଭାବେ  ଶପଥ ଗ୍ରହଣ କଲେ  କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ  । କେରଳର ୱାୟାନାଡରୁ ବିଜୟୀ ପରେ ଆଜି ପ୍ରଥମଥର ପାଇଁ ସେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସଦନର ସଦସ୍ୟତା ପାଇଁ ସେ ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ହାତରେ ସମ୍ବିଧାନର ଲାଲ ବହି ଦେଖିବାକୁ ମିଳିଥିଲା। ୫୨ ବର୍ଷୀୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଗାନ୍ଧୀ ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବ। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀ ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା ସୋନିଆ ଗାନ୍ଧୀ ରାଜ୍ୟସଭାରେ ନଜର ଆସିବେ।

ତେବେ କେରଳର ୱାଇନାଡ ଉପନିର୍ବାଚନରେ ବାଜିମାତ୍‌ କରିଥିଲେ ପ୍ରିୟଙ୍କା  । ଏହି ଆସନରୁ ଭାଇ ରାହୁଲ ନିର୍ବାଚନ ଜିତିଥିଲେ  । କିନ୍ତୁ ରାହୁଲ ଦୁଇଟି ଆସନରୁ ବିଜୟ ଲାଭ କରିଥିବାରୁ ରାହୁଲ ଗାନ୍ଧୀ ଏହି ଆସନ ଛାଡି ଦେଇଥିଲେ । ଯାହା ପରେ ଏଠାରେ ଉପନିର୍ବାଚନରେ ପ୍ରିୟଙ୍କା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି  ।ପ୍ରିୟଙ୍କା ଦୀର୍ଘ ସମୟରୁ କଂଗ୍ରେସର ଷ୍ଟାର ପ୍ରଚାରକ ଓ ମହାସଚିବ ରହି ଆସିଛନ୍ତି  । କିନ୍ତୁ ନିର୍ବାଚନକୁ ଓହ୍ଲାଇବା ସହ ଏବେ ସେ ରାଜନୀତିକୁ ଓହ୍ଲାଇଛନ୍ତି  । କଂଗ୍ରେସର ରଣନୀତିର ଟିମ୍‌ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ପ୍ରିୟଙ୍କା  ।

 ସଂସଦରେ ତାଙ୍କ ଏଣ୍ଟ୍ରି ଯୋଗୁଁ ବିରୋଧୀ ଦଳ ସଶକ୍ତ ହେବା ନେଇ ଆଶା କରାଯାଉଛି । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ଓ ଇଣ୍ଡି ମେଣ୍ଟ ସମ୍ବିଧାନ ବିପଦକୁ ପ୍ରସଙ୍ଗ କରିଛି  । ଲୋକସଭା ନିର୍ବାଚନରେ କିଛି ଅଂଶରେ ଏହା ବିରୋଧୀଙ୍କୁ ଫାଇଦା ଦେଇଛି  । ସେହିପରି ଶପଥ ନେବାର କିଛି ସମୟ ପରେ ନିଜ ଆସନକୁ ଯିବା ପୂର୍ବରୁ ଭାଇ ରାହୁଲ ଗାନ୍ଧୀଙ୍କୁ ନମସ୍କାର ଜଣାଇଛନ୍ତି ପ୍ରିୟଙ୍କା  । ଏହାପରେ ଭାଇ ଭଉଣୀ ଉଭୟଙ୍କୁ ହାତ ଯୋଡି ଅଭିବାଦନ ଜଣାଇଛନ୍ତି  । ପ୍ରିୟଙ୍କାଙ୍କ ସହ କଂଗ୍ରେସର ଆଉ ଜଣେ ସାଂସଦ ରବିନ୍ଦ୍ର ଚୌହ୍ବାନ ବି ଶପଥ ନେଇଛନ୍ତି  । ମହାରାଷ୍ଟ୍ରର ନାନ୍ଦେଡ ସିଟ୍‌ ଉପନିର୍ବାଚନରେ ବିଜୟ ହୋଇଥିଲେ ରବିନ୍ଦ୍ର  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.